ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦୌ ପ୍ରାର୍ଥୀପତ୍ର ଦାଖଲ ହୋଇ ପାରି ନଥିବା ସ୍ଥାନରେ ପୁଣି ଥରେ ନାମାଙ୍କନର ସୁଯୋଗ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଏ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ନିର୍ବାଚନ କମିଶନର କହିଛନ୍ତି, ପ୍ରାର୍ଥୀପତ୍ର ଦାଖଲ ହୋଇ ନଥିବା ସ୍ଥାନଗୁଡ଼ିକରେ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ ଏବଂ ଜିଲ୍ଲାପରିଷଦ ସଭ୍ୟ ପଦପାଇଁ ଆସନ୍ତା ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ । ଫେବୃୟାରୀ ୧ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ ଏବଂ ୨ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।