ଭୁବନେଶ୍ୱର . – ରାଜ୍ୟ ସରକାର ଏବେ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ସମୟ ପରିବର୍ତ୍ତନ କରିଛନ୍ତି । ଦିନ ୧୦ଟାରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟ ଏବେ ଅଫିସ୍ ଖୋଲା ରହିବା ସହ କର୍ମଚାରୀ ଉପସ୍ଥିତ ରହି କାମ କରିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ନିର୍ଦେଶାନାମା ଜାରି କରାଯାଇଛି । ଖୁବ ଶୀଘ୍ର ଏହା କାମ କରିବ । ଦିନ ଗୋଟାଏ ତିରିଶରୁ ୨ଟା ମଧ୍ୟରେ କର୍ମଚାରୀ ଖାଇବା ପାଇଁ ଯାଇ ପାରିବେ । ଏହା ମଧ୍ୟାହ୍ନ ଭୋଜନ ବିରତି ସମୟ ।
ଚତୁର୍ଥ ଶନିବାର ଛୁଟି ରହିବ । ହେଲେ ସରକାରୀ କର୍ମଚାରୀ ପୂର୍ବାହ୍ନରେ କାର୍ଯ୍ୟାଳୟକୁ ଆସି ନିଜ କାମର ସମୀକ୍ଷା କରିବେ ।