ଭୁବନେଶ୍ୱର ୧୩.୦୩.୨୦୨୦- ଆଗାମୀ ତିନି ବର୍ଷରେ ରାଜ୍ୟ ସରକାର ୩୦୦ଟି ବସ କିଣିବେ । ଏଥିପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାରରେ ବିଧାନସଭାରେ କହିଛନ୍ତି ।
ବିଧାୟକ ମୋହନ ଚରଣ ମାଝିଙ୍କ ଏ ସମ୍ପର୍କୀତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ବେହେରା ଏହା କହିଛନ୍ତି । ମନ୍ତ୍ରୀ କହିଛନ୍ତି, ରାଜ୍ୟର ସମସ୍ତ ୩୧୪ ବ୍ଲକ୍ର ସଦର ମହକୁମାକୁ ବସ ସୁବିଧା ଯୋଗାଇ ଦିଆଯାଇଛି । ସେହିଭଳି ମୋଟ୍ ୬ହଜାର ୮୦୨ଟି ପଞ୍ଚାୟତରୁ ୬ହଜାର ୭୪୮ଟି ପଞ୍ଚାୟତକୁ ମଧ୍ୟ ଏହି ସେବା ଉପଲବ୍ଧ ରହିଛି । ତେବେ ସଡ଼କ ଯୋଗାଯୋଗ ନଥିବା ଯୋଗୁଁ ଅବଶିଷ୍ଟ ୪୪ଟି ପଞ୍ଚାୟତକୁ ବସ ଚଳାଚଳ ହୋଇପାରୁ ନାହିଁ । ସେହିଭଳି ବର୍ତ୍ତମାନ ରାଜ୍ୟରେ ୧୦ହଜାର ୪୨୧ଟି ବେସରକାରୀ ଏବଂ ୪୧୪ଟି ସରକାରୀ ବସ ଚଳାଚଳ କରୁଛି ବୋଲି ମନ୍ତ୍ରୀ ମନ୍ତ୍ରୀ ବେହେରା ଗୃହକୁ ଜଣାଇଛନ୍ତି ।