ଓଡ଼ିଶା ବିଧାନସଭା ଦେଶର ପ୍ରଥମ ଜାତୀୟ ଇ-ବିଧାନସଭା ହେବାର ଗୌରବ ହାସଲ କରିଛି । ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ, ଜାତୀୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଓଡ଼ିଶା ଶାଖା ଏବଂ ଓକାକ୍ ର ବୈଷୟିକ ସହାୟତା କ୍ରମେ ଏହା କାର୍ଯ୍ୟକାରୀ ହେଉଛି ।
ଜାତୀୟ ଇବିଧାନ ଆପ୍ ମାଧ୍ୟମରେ ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନରେ ରାଜ୍ୟର ବଜେଟ୍ ବିନା କାଗଜରେ ଉପସ୍ଥାପିତ ହୋଇଥିଲା ।
ସେହିପରି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଅଟକଳ ଏବଂ ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଇ-ପୁସ୍ତକ ମାଧ୍ୟମରେ ଉପସ୍ଥାପିତ ହୋଇଥିଲା ।