ଭାରତରେ ନୋକିଆ ସି୦୧ ପ୍ଲସ୍‌ ୨ତ୍କ୩୨ ଜିବି ଭାରିଆଂଟ୍‌ ର ଉନ୍ମୋଚନ

94

ଭୁବନେଶ୍ୱର: ନୋକିଆ ବ୍ରାଣ୍ଡ୍‌ର ଫୋନ୍‌ ବିକ୍ରି କରୁଥିବା ସଂସ୍ଥା ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ପକ୍ଷରୁ ନୋକିଆ ସି୦୧ ପ୍ଲସ୍‌କୁ ଭାରତରେ ଉନ୍ମୋଚନ କରାଯାଇଛି ଯେଉଁଥିରେ ରହିଛି ୩୨ ଜିବି ଷ୍ଟୋରେଜ୍‌ । ନୋକିଆର ସବୁଠୁ ଲୋକପ୍ରିୟ ଓ ସୁଲଭ ସି-ସିରିଜ୍‌ ଫୋନ୍‌ରେ ଏହା ହେଉଛି ଏକ ଆକର୍ଷଣୀୟ ଯୋଗଦାନ । ଏବେ ଗ୍ରାହକମାନେ ସୁବିଧା ସୁଯୋଗରେ ଭରପୁର ଏଂଟ୍ରି-ଲେବଲ୍‌ ନୂଆ ନୋକିଆ ସି୦୧ ପ୍ଲସ୍‌କୁ ଉପଭୋଗ କରିପାରିବେ ଯାହା ବଜେଟ୍‌ ସ୍ମାର୍ଟଫୋନ୍‌ ବର୍ଗରେ ସବୁ କିଛି ଶ୍ରେଷ୍ଠ ପ୍ରଦାନ କରୁଛି ।


ଯେଉଁମାନେ ନିଜ ଫିଚର୍‌ ଫୋନ୍‌ କିମ୍ବା ଅତି ମନ୍ଥର/ପୁରୁଣା ସ୍ମାର୍ଟଫୋନ୍‌କୁ ବଦଳାଇକୁ ଚାହୁଛନ୍ତି ସେମାନଙ୍କୁ ଲକ୍ଷ୍ୟରେ ରଖି ନୂଆ ନୋକିଆ ସି୦୧ ପ୍ଲସ୍‌କୁ ପ୍ରସ୍ତୁତ କରାଯାଇଛି । ଏଥିରେ ୧ ବର୍ଷର ରିପ୍ଲେସ୍‌ମେଂଟ୍‌ ଗ୍ୟାରେଂଟି ରହିଛି । ଏହା ସହିତ, ଜିଓ ଏକ୍‌୍ସକ୍ଲୁସିଭ୍‌ ଅଫର୍‌ରେ ଗ୍ରାହକମାନେ ତୁରନ୍ତ ୬୦୦ ଟଙ୍କା ମୂଲ୍ୟର ସହାୟତା ପାଇବେ, ଯାହା ଏହି ଫୋନ୍‌କୁ ଆହୁରି ସୁଲଭ କରିପାରିଛି ।


ସନ୍‌ମିତ୍‌ ସିଂହ କୋଚ୍ଚର, ଉପ ସଭାପତି, ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ କହିଛନ୍ତି ଯେ, “ଗ୍ରାହକମାନଙ୍କୁ ଏକ ବ୍ୟାପକ ପ୍ରକାରର ପସନ୍ଦ ପ୍ରଦାନ କରିବା ଲାଗି ବିଗତ କିଛି ବର୍ଷ ଭିତରେ ଆମେ ନୋକିଆ ସ୍ମାର୍ଟଫୋନ୍‌ର ଏକ ଦୃଢ଼ ପୋର୍ଟଫୋଲିଓ ଗଠନ କରିଛୁ । ସ୍ୱଳ୍ପ ମୂଲ୍ୟର ବଜେଟ୍‌ ସ୍ମାର୍ଟଫୋନ୍‌ ପାଇଁ ବୃଦ୍ଧି ପାଉଥିବା ଚାହିଦା ପ୍ରତି ଆମର ଉତର ହେଉଛି ଲୋକପ୍ରିୟ ନୋକିଆ ସି-ସିରିଜ୍‌ ଯେଉଁଥିରେ ରହିଛି ସାଲିସ୍‌ ବିହୀନ ମାନ, ଦୀର୍ଘସ୍ଥାୟିତ୍ୱ ଓ ନୋକିଆ ଡିଭାଇସ୍‌ର ବିଶ୍ୱାସ ମଧ୍ୟ । ଗତବର୍ଷ ଶୁଭାରମ୍ଭ କରାଯାଇଥିବା ନୋକିଆ ସି୦୧ ପ୍ଲସ୍‌ (୨ତ୍କ୧୬ ଜିବି ଭାରିଆଂଟ୍‌) ଗ୍ରାହକମାନଙ୍କ ଦ୍ୱାରା ବହୁତ ଭଲ ଭାବେ ଗ୍ରହଣୀୟ ହୋଇଥିଲା । ନୂଆ ୩୨ ଜିବି ଭାରିଆଂଟ୍‌ ସହିତ, ଆମେ ଏହି ଆକର୍ଷଣୀୟ ନୂତନ ଉନ୍ମୋଚନ ଜରିଆରେ ଗ୍ରାହକମାନଙ୍କୁ ଅଧିକ ପସନ୍ଦ ପ୍ରଦାନ କରୁଛୁ ।’’


ନୂଆ ନୋକିଆ ସି୦୧ ପ୍ଲସ୍‌ରେ ରହିଛି ଏଚ୍‌ଡିତ୍କ ସ୍କ୍ରିନ୍‌ ସହ ଏଚ୍‌ଡିଆର୍‌ ଇମେଜିଂ ସୁବିଧା । ୟୁରୋପୀୟ ମାନ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି ଯାହା ମୋଡ଼ିବା, ବଙ୍କା କରିବା, ଉତାପ, ଶକ୍ତି ଏବଂ ପଡ଼ିବା ଆଦିର ପରୀକ୍ଷଣ କରାଯାଇଛି । ଏହାର ଭିତରେ ଏକ ମେଟାଲ୍‌ ଆଲୟ ଚେଚିସ୍‌ ଥିବା ବେଳେ ଦୃଢ଼ ପଲିକାର୍ବୋନେଟ୍‌ ବଡି ସେଥିରେ ବ୍ୟବହାର କରାଯାଇଛି । ଆଣ୍ଡ୍ରଏଡ୍‌ ୧୧ (ଗୋ ଏଡିସନ୍‌), ୪ଜି ଏଲ୍‌ଟିଇ ଆପଣଙ୍କୁ ଉନ୍ନତ ଅନୁଭୂତି ପ୍ରଦାନ କରିବ । ଏହାର ବ୍ୟାଟେରି ସାରାଦିନ ଚାଲିବ ।


ନୋକିଆ ସି୦୧ ପ୍ଲସ୍‌ ଆଜିଠାରୁ ୨/୧୬ ଜିବି ଓ ୨/୩୨ ଜିବି ଭାରିଆଂଟ୍‌ରେ ୬,୨୯୯ ଟଙ୍କା ଓ ୬,୭୯୯ ଟଙ୍କା ଭଳି ପ୍ରାରମ୍ଭିକ ମୂଲ୍ୟରେ ନୀଳ ଓ ଧୂସର ରଙ୍ଗରେ ଅଗ୍ରଣୀ ମୋବାଇଲ୍‌ ଷ୍ଟୋର୍‌, ଇ-କମର୍ସ ପ୍ଲାଟ୍‌ଫର୍ମ ଓ ନୋକିଆ ଡଟ୍‌ କମ୍‌ରେ ଉପଲବ୍ଧ ହୋଇଛି । ଜିଓ ଏକ୍ସକ୍ଲୁସିଭ୍‌ ଅଫର୍‌ରେ ଗ୍ରାହକମାନେ ୬୦୦ ଟଙ୍କାର ମୂଲ୍ୟ ସହାୟତା ପାଇବା ପରେ ଏହି ଫୋନ୍‌କୁ ଯଥାକ୍ରମେ ୫,୬୯୯ ଟଙ୍କା ଓ ୬,୧୯୯ ଟଙ୍କାରେ କିଣିପାରିବେ । ଜିଓର ୨୯୯ ଟଙ୍କା ଓ ତା’ଠାରୁ ଅଧିକ ରିଚାର୍ଜ କଲେ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଲାଭ ହାସଲ କରିବା ଲାଗି ମଧ୍ୟ ଗ୍ରାହକମାନେ ଯୋଗ୍ୟ ବିବେଚିତ ହୋଇପାରିବେ ।

Comments are closed, but trackbacks and pingbacks are open.