ଚୈତ୍ର ନବରାତ୍ରୀ: ଦେବୀ ମା’ଙ୍କ ସାମ୍ନାରେ ଅଖଣ୍ଡ ଜ୍ୟୋତି ଜଳାଇବା ପୂର୍ବରୁ ଧ୍ୟାନ ଦିଅନ୍ତୁ

0 769

ଚୈତ୍ର ନବରାତ୍ରି ପୂଜା ଆଜିଠାରୁ ଆରମ୍ଭ ହୋଇଯାଇଛି । ମା’ଙ୍କ ଆରାଧାନା ପାଇଁ ଆପଣ ଯଦି ମା’ଙ୍କ ସାମ୍ନାରେ ଅଖଣ୍ଡ ଜ୍ୟୋତି ଜଳାଉଛନ୍ତି, ତେବେ କିଛି ଦିଗରେ ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ । ଜ୍ୟୋତିଷଚାର୍ଯ୍ୟ ପଣ୍ଡିତ ସୀତାରାମଙ୍କ ଅନୁସାରେ, ଯେଉଁ ଘର ମାନଙ୍କରେ ନବରାତ୍ରୀ ସମୟରେ ଅଖଣ୍ଡ ଜ୍ୟୋତି ଜଳା ଯାଇଥାଏ, ତାଙ୍କ ଉପରେ ମା’ଙ୍କର ବିଶେଷ କୃପା ରହିଥାଏ ।
୧. ଶାସ୍ତ୍ରରେ କୁହାଯାଇଛି, ଯେତେବେଳେ ଆପଣ ଅଖଣ୍ଡ ଜ୍ୟୋତି ପ୍ରଜ୍ୱଳିତ କରୁଛନ୍ତି, ତାହା ଖଣ୍ଡିଆ ହୋଇନଥିବା ଆବଶ୍ୟକ । ଧ୍ୟାନ ରଖନ୍ତୁ ଯେ, ଦୀପ ମାଟିରେ ତିଆରି ହୋଇଥିବ । କାରଣ ଶାସ୍ତ୍ରରେ ମାଟି ଦୀପକୁ ଶୁଭ କୁହାଯାଇଥାଏ ।
୨. ଅଖଣ୍ଡ ଜଳାଇବା ସମୟରେ ଚେଷ୍ଟା କରନ୍ତୁ ଯେ, ଏଥିରେ ଦେଶୀ ଘିଅର ବ୍ୟବହାର ହୋଇଛି ନା ନାହିଁ । ଦେଶୀ ଘିଅରେ ଦୀପ ଜଳାଇବା ଶୁଭ ବୋଲି କୁହାଯାଏ । ଧ୍ୟାନ ରଖନ୍ତୁ ଗୋଟିଏ ଥର ଦୀପ ଜଳାଇଲେ ଏହା ନଅ ଦିନ ପର୍ଯ୍ୟନ୍ତ ଜଳିବା ଅବଶ୍ୟକ ।
୩. ଯେଉଁ ସ୍ଥାନରେ ଅଖଣ୍ଡ ଜ୍ୟୋତି ପ୍ରଜ୍ୱଳିତ କରୁଛନ୍ତି, ଏହାର ଆଖ ପାଖରେ ଗାଧୋଇବା ଘର ବା ଶୌଚାଳୟ ନ ରହିବା ଅବଶ୍ୟକ । ଜ୍ୟୋତି ଜଳାଇ ଥିବା ବ୍ୟକ୍ତିଙ୍କୁୁ ତଳେ ଶୋଇବା ଆବଶ୍ୟକ । ଖଟରେ ଶୋଇବା ଅଶୁଭ ବୋଲି କୁହାଯାଏ ।
୪. ଉତ୍ତର ପୂର୍ବ ଦିଗକୁ ଦେବତା ମାନଙ୍କର ଦିଗ କୁହାଯାଇଥାଏ । ଏହି ଦିଗରେ ମା’ଙ୍କ ମୂର୍ତ୍ତି ଓ ଅଖଣ୍ଡ ଜ୍ୟୋତି ପ୍ରଜ୍ୱଳିତ କରିବା ଶୁଭ ହୋଇଥାଏ । ସଂକଳ୍ପ କରି ଜ୍ୟୋତି ଜଳାଉଛନ୍ତି ଯଦି ତାକୁ ନିଜେ ଲିଭାନ୍ତୁ ନାହିଁ । ନବରାତ୍ରୀ ଶେଷ ହେଲା ପରେ ମଧ୍ୟ ତାକୁ ନିଜେ ଲିଭିବାକୁ ଦିଅନ୍ତୁ ।
୫. ଯଦି ଆପଣ ଦୀପ ଜଳାଇବା ପାଇଁ ଘିଅର ବ୍ୟବହାର କରୁଛନ୍ତି ତେବେ ଏହାକୁ ଦେବୀ ମା’ଙ୍କ ଡାହାଣ ପାଖରେ ରଖନ୍ତୁ । ଯଦି ରାଶି ତେଲର ବ୍ୟବହାର କରୁଛନ୍ତି ତେବେ ଦେବୀ ମା’ଙ୍କ ବାମ ପାଖରେ ରଖିବା ଆବଶ୍ୟକ । ପୂଜା କରୁଥିବା ସ୍ଥାନ ସଫା ରହିବା ଆବଶ୍ୟକ । ସେଠାରେ କୌଣସି ଖରାପ କପଡା ବା ବସ୍ତୁ ରଖନ୍ତୁ ନାହିଁ ।

Leave A Reply