ନାଲ୍‍କୋକୁ କୋଇଲା ଯୋଗାଣ ନେଇ ହାଇକୋର୍ଟ ଏମ୍‍ସିଏଲ୍‍, କେନ୍ଦ୍ର
ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍‍ ଜାରି କରିଛନ୍ତି

83

ନାଲ୍‍କୋକୁ କୋଇଲା ଯୋଗାଣ ନେଇ ହାଇକୋର୍ଟ ଏମ୍‍ସିଏଲ୍‍, କେନ୍ଦ୍ର ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍‍ ଜାରି କରିଛନ୍ତି । ଏଥିସହିତ ହାଇକୋର୍ଟ କହିଛନ୍ତି ଯେ ଏମ୍‍ସିଏଲ୍‍ର ଭରତପୁର ଖଣିରୁ କୋଇଲା ପରିବହନ ପାଇଁ ପୂର୍ବତଟ ରେଳବାଇକୁ ୪ଟି ରେକ୍‍ ବ୍ୟବସ୍ଥା କରିବା ପାଇଁ ଯଦି ନାଲ୍‍କୋ ଅନୁରୋଧ କରେ ତେବେ ଅଗ୍ରାଧିକାର ଭିତ୍ତିରେ ପୂର୍ବତଟ ରେଳବାଇ ଏ ପ୍ରସଙ୍ଗରେ ବିଚାର କରିବ ।


ସୂଚନାଯୋଗ୍ୟ ନାଲ୍‍କୋକୁ କୋଇଲା ଯୋଗାଣ କମ୍‍ କରାଯିବା ଯୋଗୁଁ ପ୍ଲାଣ୍ଟ ବନ୍ଦ ହେବାର ସମ୍ଭାବନା ଦେଖାଦେଇଛି । ଏଭଳି ପ୍ରସଙ୍ଗ ନେଇ ନାଲ୍‍କୋ ଅ ଫିସର୍ସ ଆସୋସିଏସନ୍‍ ଦାଏର କରିଥିବା ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ବିଚାର କରି ଏହି ରାୟ ଦେଇଛନ୍ତି ।

Comments are closed, but trackbacks and pingbacks are open.