ଛାତ୍ରଛାତ୍ରୀମାନଙ୍କ ସହ ବାସ୍କେଟ୍ ବଲ୍ ଖେଳିବା ସହ ସେମାନଙ୍କ ଗହଣରେ ବସି ମଧ୍ୟାହ୍ନ ଭୋଜନ କରିଥିଲେ
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନ୍ ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦୁଝର ଜିଲ୍ଲାର ବାସୁଦେବପୁରରେ ନିର୍ମାଣାଧୀନ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ପ୍ରକଳ୍ପ ସ୍ଥଳରେ
ପହଞ୍ଚି ଦୀର୍ଘଦିନ ଧରି ବନ୍ଦ୍ ରହିଥିବା ଏହି ପ୍ରକଳ୍ପ କାର୍ଯ୍ୟ କିପରି ତ୍ୱରାନ୍ୱିତ ହୋଇପାରିବ, ତାହାର ସମୀକ୍ଷା କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ
୨୪୪ଟି ଗାଁର ୪୦ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ସେହିପରି ଫାଇଭ୍-ଟି ସଚିବ ଶ୍ରୀ ପାଣ୍ଡିଆନ୍ ରୂପାନ୍ତରିତ ବାସୁଦେବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପିଲାମାନଙ୍କ ସହ ବିଭିନ୍ନ
ପ୍ରସଙ୍ଗରେ ଆଲୋଚନା କରିଥିଲେ । ସ୍କୁଲ୍ରେ ହୋଇଥିବା ଉନ୍ନୟନ କାର୍ଯ୍ୟକୁ ସେ ବେଶ୍ ପ୍ରଶଂସା କରିଥିଲେ । ପରେ ସେ ଛାତ୍ରଛାତ୍ରୀମାନଙ୍କ ସହ ବାସ୍କେଟ୍
ବଲ୍ ଖେଳିବା ସହ ସେମାନଙ୍କ ଗହଣରେ ବସି ମଧ୍ୟାହ୍ନ ଭୋଜନ କରିଥିଲେ ।
Comments are closed, but trackbacks and pingbacks are open.