ପରୀକ୍ଷା ପ୍ରସ୍ତୁତି -ପ୍ରତି ସେଣ୍ଟର ଓ ନୋଡାଲ୍‍ ସେଣ୍ଟରରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଲାଗି ଜିଲ୍ଳାପାଳ ଏବଂ ଏସ୍‍ପିମାନଙ୍କୁ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ

112


ରାଜ୍ୟରେ ଚଳିତମାସରୁ ଆରମ୍ଭ ହେବାକୁ ଯାଉଥିବା ମାଟ୍ରିକ୍‍ ଏବଂ ଯୁକ୍ତ ଦୁଇ ପରୀକ୍ଷା ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ
ହୋଇଛି । ଏହି ପରୀକ୍ଷାରେ ସ୍ୱଚ୍ଛତା, କପି ରୋକିବା, ନକଲି ପ୍ରଶ୍ନପତ୍ର ଓ ଗୁଜବକାରୀଙ୍କ ଉପରେ କଡ଼ା ନଜର ରଖିବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ସେକ୍ଟର ଅଫିସର ମୁତୟନ ସହ ପ୍ରତି ସେଣ୍ଟର ଓ ନୋଡାଲ୍‍ ସେଣ୍ଟରରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରି ସମୁଦାୟ
ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଲାଗି ଜିଲ୍ଳାପାଳ ଏବଂ ଏସ୍‍ପିମାନଙ୍କୁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।


ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାପଡ଼ିଛି । ପ୍ରଶ୍ନପତ୍ର ନୋଡାଲ୍‍ ସେଣ୍ଟରରେ ସୁରକ୍ଷିତ ଭାବେ ରଖିବାଠାରୁ ଆରମ୍ଭ
କରି ପ୍ରଶ୍ନପତ୍ର ଓ ପରୀକ୍ଷା ଖାତା ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା, କେନ୍ଦ୍ରରେ ପରୀକ୍ଷା ସଂଚାଳନ, ଉତ୍ତରଖାତା ଗୁଡ଼ିକୁ ମୂଲ୍ୟାୟନ କେନ୍ଦ୍ରକୁ ପରିବହନ ଏବଂ ମୂଲ୍ୟାୟନ ଆଦି ସମସ୍ତ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ନିମନ୍ତେ ପୂର୍ଣ୍ଣ ସହଯୋଗ ଓ ସାହାଯ୍ୟ ଯୋଗାଇଦେବାକୁ ଶ୍ରୀ ମହାପାତ୍ର ଜିଲ୍ଲାପାଳ ଏବଂ ଏସ୍‍ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


ଚଳିତବର୍ଷ ମାଟ୍ରିକ ପରୀକ୍ଷା ଆସନ୍ତା ୨୯ ତାରିଖରୁ ଆରମ୍ଭ ହୋଇ ମଇ ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ୨୮ ତାରିଖରୁ ଆରମ୍ଭ ହୋଇ ମଇମାସ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଚଳିତବର୍ଷ ୫ଲକ୍ଷ ୮୫ ହଜାର ୭୩୦ଜଣ ମାଟ୍ରିକ୍‍ ପରୀକ୍ଷା ଦେଉଥିବା ବେଳେ ୩ ଲକ୍ଷ ୨୧ ହଜାର ୫୦୮ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେବେ ।

Comments are closed, but trackbacks and pingbacks are open.