ମୁମ୍ବଇ . – ୪ ଜଣ ଯୁବତୀ ମଦ ପିଇ ମାତଲ ଅବସ୍ଥାରେ ପୁଲିସକୁ ବାଡେଇବା ସହ ସାଧାରଣ ସ୍ଥାନରେ ଖରାପ ବ୍ୟବହାର ପ୍ରଦର୍ଶନ କରିବା , ଅଶ୍ଳୀଳ ଆଚରଣ କରିବା ଅଭିଯୋଗ ହୋଇଛି । ପୁଲିସକୁ ମାରପିଟ୍ କରିବା ଅଭିଯୋଗରେ ୩ ଜଣ ଗିରଫ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଛି ।
୨୦ ବର୍ଷରୁ ସାମାନ୍ୟ ଊର୍ଦ୍ଧ୍ୱ ଏହି ଯୁବତୀମାନେ ମଦ ନିଶାରେ ଚୁର ହୋଇ ମୀରା ରୋଡରେ ଏହି ତୁନି ଯୁବତୀ ମଙ୍ଗଳବାର ରାତିରେ ହୋ ହଲ୍ଲା କରିବା ସହ ଅଶ୍ଲୀଳ ଇଙ୍ଗିତ କରୁଥିଲେ । ଖବର ପାଇଁ ପୁଲିସ ସେଠାରେ ପହ଼ଞ୍ଚିଥିଲା । ସେମାନେ ପୁଲସକୁ ମାରପିଟ କରିଥିଲେ । ଏହାର ଭିଡିଓ ଭାଇରାଲ ହୋଇଥିଲା ।ଏମାନେପୁଲିସର ଲାଠି ଛଡାଇ ନେଇ ପୁଲସକୁ ମାରିବାକୁ ଚେଷ୍ଟା କରିଥିଲେ । ଏହାପରେ ପୁଲିସ ସମସ୍ତଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରିଥିବା ବେଳେ ଜଣେ ସେଠାରୁ ଫେରାର ହୋଇଯାଇଛି ।