ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ, ବିଭିନ୍ନ ଉନ୍ନୟନ ପ୍ରକଳ୍ପ  ଉଦ୍‌ଘାଟନ କଲେ

ଝାରସୁଗୁଡ଼ା ବହୁମୂଖି ଲଜିଷ୍ଟିକ ପାର୍କ ରାଷ୍ଟ୍ରକୁ ସମର୍ପିତ ବଲାଙ୍ଗିର-ବିଛୁପାଲି ମଧ୍ୟରେ ନୂଆ ରେଳପଥର ଉଦ୍ଘାଟନ

0 620

ବଲାଙ୍ଗୀର—- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଜାନୁଆରୀ, ୨୦୧୯ରେ ଓଡ଼ିଶାର ବଲାଙ୍ଗିରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ସଂକ୍ଷିପ୍ତ ଗସ୍ତ କାଳରେ ସେ ଝାରସୁଗୁଡ଼ା ଠାରେ ବହୁମୂଖି ଲଜିଷ୍ଟିକ ପାର୍କ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ପ୍ରଧାନମନ୍ତ୍ରୀ ବଲାଙ୍ଗିରରୁ ବିଛୁପାଲି ମଧ୍ୟରେ ନୂଆ ରେଳଲାଇନର ଉଦଘାଟନ , ସୋନପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କୋଠା ନିର୍ମାଣ ପାଇଁ ସେ ଶିଳାନ୍ୟାସ କରିଛନ୍ତି ।

 

୧୦୦ କୋଟି ଟଙ୍କା ବିନିଯୋଗରେ ଝାରସୁଗୁଡ଼ା ଠାରେ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ନିର୍ମାଣ କରାଯାଇଛି। ଘରୋଇ ମାଲ ପରିବହନ ସମତେ ଏଥିରେ ଏକ୍ସିମ ଏବଂ ଆଭ୍ୟନ୍ତରୀଣ ପଣ୍ୟ ପରିବହନ / ପ୍ରେରଣ ସୁବିଧା ରହିଛି। ଏମଏମଏଲପି ହାୱଡ଼ା-ମୁମ୍ବାଇ ଜାତୀୟ ରାଜପଥ ନିକଟରେ ରହିଛି ଯାହା ଝାରସୁଗୁଡ଼ା ରେଳ ଷ୍ଟେସନ ଠାରୁ ମାତ୍ର ୫ କିମି ଦୂର।  ଏହି ସ୍ଥାନ ଚାରିପାଖରେ ଇସ୍ପାତ, ସିମେଂଟ, କାଗଜକଳ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ଶିଳ୍ପାନୁଷ୍ଠାନ ରହିଛି ଏବଂ ଏହାଦ୍ୱାରା ଏମାନେ ଲାଭାନ୍ୱିତ ହୋଇପାରିବେ। ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ଝାରସୁଗୁଡ଼ାକୁ ଓଡ଼ିଶାର ଏକ ପ୍ରମୁଖ ଲଜିଷ୍ଟିକ୍ସ କେନ୍ଦ୍ର ଭାବେ ପରିଣତ କରିବ ଏବଂ ରାଜ୍ୟରେ ବ୍ୟବସାୟିକ ସୁଗମତାକୁ ତ୍ୱରାନ୍ୱିତ କରିବ।

 

୧୫ କିମି ଲମ୍ବ ବଲାଙ୍ଗିର-ବିଛୁପାଲି ରେଳଲାଇନ ଦ୍ୱାରା ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରିବାରେ ସହାୟକ ହୋଇପାରିବ ଏବଂ ଏହା ରାଜ୍ୟବ୍ୟାପୀ ବିକାଶକୁ ସକ୍ରିୟ କରିବ। ଏହା ନୂଆଦିଲ୍ଲୀ ଏବଂ ମୁମ୍ବାଇ ଭଳି ବଡ଼ ସହରରୁ ଭୁବନେଶ୍ୱର ଓ ପୁରୀକୁ ଯାତ୍ରା ସମୟ ହ୍ରାସ କରିବ। ଏହି ଲାଇନ ଓଡ଼ିଶାର ବହୁ ମଧ୍ୟମ ଏବଂ କୁଟୀର ଶିଳ୍ପକୁ ଲାଭାନ୍ୱିତ କରିବ ଏବଂ ଓଡ଼ିଶାରେ ଖଣି କ୍ଷେତ୍ର ପାଇଁ ସମ୍ଭାବନା ଉନ୍ମୁକ୍ତ କରିବ।

 

ବଲାଙ୍ଗୀର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନିମ୍ନୋକ୍ତ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି  —

-୧୦୮୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୮୧୩ କିମି ବ୍ୟାପୀ ଝାରସୁଗୁଡ଼ା-ବିଜୟନଗରମ ଏବଂ ସମ୍ବଲପୁର-ଅନୁଗୁଳ ରେଳ ଲାଇନର ବିଦ୍ୟୁତିକରଣ କାର୍ଯ୍ୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରାଯ।ଇଛି। ଏହାଦ୍ୱାରା ଏହି ଲାଇନରେ ନିର୍ବିଘ୍ନରେ ରେଳ ଚଳାଚଳ ସୁନିଶ୍ଚିତ ହେବ।

 

-୧୩.୫ କିମି ଲମ୍ବ ବରପାଲି-ଡୁଙ୍ଗୁରିପାଲି ଏବଂ ବଲାଙ୍ଗିର-ଦେଓଗାଁ ଲାଇନର ଦୋହରୀକରଣ କାର୍ଯ୍ୟକୁ ଲୋକାର୍ପଣ କରାଯ।ଇଛି। ଏହି ଦୋହରୀକରଣ ଦ୍ୱାରା ଓଡ଼ିଶାରେ ଶିଳ୍ପ କ୍ଷମତା ବୃଦ୍ଧିକୁ ପ୍ରୋତ୍ସାହନ ମିଳିପାରିବ।

 

-ଥେରୁବାଲି-ସିଙ୍ଗାପୁର ରୋଡ ଷ୍ଟେସନ ମଧ୍ୟରେ ୫୮୮ ନଂ ସେତୁର ଲୋକାର୍ପଣ କରାଯ।ଇଛି। ଫଳସ୍ୱରୂପ ୨୦୧୭ ଜୁଲାଇରେ ଆସିଥିବା ବନ୍ୟାରେ ନାଗାବଳୀ ନଦୀ ଉପରେ ଥିବା ସେତୁ ଧୋଇଯିବା କାରଣରୁ ବିଚ୍ଛିନ୍ନ ଯୋଗାଯୋଗ ପୁନଃପ୍ରତିଷ୍ଠା  ହୋଇ ପାରିଛି ।

 

ପାସପୋର୍ଟ ସେବା ପ୍ରଦାନ କରିବା ତଥା ଲୋକମାନଙ୍କ ଯାତ୍ରାଜନିତ ବାଧା ଦୂର କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, କନ୍ଧମାଳ, ବରଗଡ଼ ଏବଂ ବଲାଙ୍ଗିର ଠାରେ ନୂଆ ପାସପୋର୍ଟ ସେବା କେନ୍ଦ୍ରର ମଧ୍ୟ ଉଦଘାଟନ କରିଛନ୍ତି । ଏହାଦ୍ୱାରା ଏସବୁ ଅଂଚଳର ଲୋକମାନେ ବ୍ୟାପକ ଭାବେ ଲାଭବାନ ହୋଇପାରିବେ କାରଣ ଏମାନଙ୍କୁ ପାସପୋର୍ଟ ସଂକ୍ରାନ୍ତ ସେବା ପାଇଁ ଭୁବନେଶ୍ୱର ଆସିବାକୁ ପଡ଼ୁଥିଲା।

 

ବୌଦ୍ଧର ଗନ୍ଧହାରାଡି ଠାରେ ନୀଳମାଧବ ଏବଂ ସିଦେ୍ଧଶ୍ୱର ମନ୍ଦିରର ପୁନରୁଦ୍ଧାର ଏବଂ ନବୀକରଣ କାର୍ଯ୍ୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ପଶ୍ଚିମ ଓଡ଼ିଶାର “”ହର-ହରି” ସଂସ୍କୃତିକୁ ବହନ କରୁଥିବା ଏହି ମନ୍ଦିରଗୁଡ଼ିକ ଓଡ଼ିଶାର ପ୍ରାଚୀନ ମନ୍ଦିର ଶୈଳୀର ନିଦର୍ଶନ।

 

ଏତଦବ୍ୟତୀତ, ପ୍ରାଚୀନ କାଳର ବାଣିଜ୍ୟ ପଥ ରୁଟ୍ରେ ପଡୁଥିବା ବଲାଙ୍ଗିର ନିକଟବର୍ତୀ  ରାଣୀପୁର ଝରିଆଲ କୀର୍ତିରାଜିର ପୁନରୁଦ୍ଧାର ଏବଂ ନବୀକରଣ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ  ଏହି ଅବସରରେ ଶୁଭାରମ୍ଭ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ମଧ୍ୟ କଳାହାଣ୍ଡିର ଅସୁରଗଡ଼ ଦୁର୍ଗର ପୁନରୁଦ୍ଧାର ଏବଂ ନବୀକରଣ କାର୍ଯ୍ୟକୁ ଉଦଘାଟନ କରିଛନ୍ତି। ପ୍ରାଚୀନ ଗ୍ରନ୍ଥରେ ଅସୁରଗଡ଼ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଏବଂ ବାଣିଜ୍ୟିକ କେନ୍ଦ୍ର ଭାବେ ବର୍ଣ୍ଣିତ।

 

ପ୍ରଧାନମନ୍ତ୍ରୀ ମୋଦୀ ସୋନପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ବିଦ୍ୟାଳୟରେ ୧ହଜାରରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ପାଇଁ ଆଧୁନିକ ସ୍କୁଲ ସୁବିଧା ରହିବ ।

 

ଏପ୍ରିଲ ୨୦୧୪ ପରେ ଏହା ହେଉଛି ସହରକୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ଗସ୍ତ।

 

 

Leave A Reply