କେବେ ହେବ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଆୟୋଜିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା ?
କେବେ ହେବ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଆୟୋଜିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା ?
କଣ ପୂର୍ବ ନିର୍ଦ୍ଧାରିତ ତିଥି ଜାନୁୟାରୀ 20 ତାରିଖରେ ହିଁ ହେବ ନା ପୁଣି ଘୁଞ୍ଚିବ ?
ଏ ସମ୍ପର୍କରେ ସ୍ଥିତି ଆପାତତଃ ସ୍ପଷ୍ଟ ହୋଇଛି ।
ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତିଥି ଜାନୁୟାରୀ 20 ତାରିଖରେ ହିଁ ହେବ ବୋଲି ଓପିଏସସି ନିଷ୍ପତ୍ତି ନେଇଛି ।
କିନ୍ତୁ ଓପିଏସସିର ଏହି ନିଷ୍ପତ୍ତିରେ ପ୍ରାୟ 50 ହଜାର ପରୀକ୍ଷାର୍ଥୀ ନିରାଶ ହେବେ, କାରଣ ସେହି ଦିନ ଆଇବିପିଏସର କ୍ଲର୍କ ପରୀକ୍ଷା ଓ ରେଲଓ୍ବେର ଏଏଲପି ପରୀକ୍ଷା ହେବ ବୋଲି ପୂର୍ବରୁ ତାରିଖ ସ୍ଥିର ହୋଇଛି । ଏହି ପରୀକ୍ଷା ପାଇଁ ଲକ୍ଷାଧିକ ପିଲା ଆବେଦନ କରିଛନ୍ତି ।
ତେବେ ଏ ସଂପର୍କରେ ଓପିଏସସି ପକ୍ଷରୁ କୁହାଯ଼ାଇଛି ଯ଼େ ପରୀକ୍ଷା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଥିବାରୁ ଓ ପ୍ରଶ୍ନପତ୍ର ପରୀକ୍ଷାକେନ୍ଦ୍ରକୁ ପଠାସରିଥିବାରୁ ଆଉ ତାରିଖ ଘୁଞ୍ଚାଯ଼ିବ ନାହିଁ ।
ଏ ସଂପର୍କରେ ଓପିଏସସି ପକ୍ଷରୁ ସାଟରେ ମାମଲା ପରିଚାଳନା କରୁଥିବା ଆଇନିଜୀବୀ ଶଶୀଭୂଷଣ ଜେନା କହିଛନ୍ତି ଯ଼େ 20 ତାରିଖରେ ପରୀକ୍ଷା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି ଓ ସେହି ଦିନ ହିଁ ପରୀକ୍ଷା ହେବ ।
ଏଣୁ ପରୀକ୍ଷାର୍ଥୀମାନେ ପରୀକ୍ଷାର ଚୂଡାନ୍ତ ପ୍ରସ୍ତୁତିରେ ଲାଗିଯ଼ିବା ଉଚିତ । ଏ ସଂପର୍କରେ ଆଉ କିଛି ଅପଡେଟ ଆସିଲେ ଜଣାଇଦିଆଯ଼ିବ ।
ଧନ୍ୟବାଦ