ପଞ୍ଚାୟତ ନିର୍ବାଚନରେ ଗାଡି ଓ ମାଇକ୍ ବ୍ୟବହାର ପାଇଁ ସ୍ଥାନୀୟ ତହସିଲଦାର ଅନୁମତି ଦେଇପାରିବେ ବୋଲି ରାଜ୍ୟ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପ୍ରଚାରରେ ମାଇକ୍ ଓ ଗାଡ଼ି ବ୍ୟବହାର ଅନୁମତି ପାଇଁ ପ୍ରାର୍ଥୀମାନେ ସମସ୍ୟାର ସମ୍ମୁଖୀନ ହେବା ସହ ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟକୁ ବହୁ ଅଭିଯୋଗ ଆସିବାରୁ
ଏଭଳି ନିଷ୍ପତ୍ତି ନିଆଯାଇଛି ।
ଏଣିକି ମାଇକ୍ ଓ ଗାଡ଼ି ବ୍ୟବହାର ଅନୁମତି ନିମନ୍ତେ ତହସିଲଦାରଙ୍କୁ ପ୍ରାଧିକୃତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି । କମିସନଙ୍କ ଏହି ନିଷ୍ପତ୍ତି ଫଳରେ ପ୍ରାର୍ଥୀମାନେ ସହଜରେ ଅନୁମତି ପାଇପାରିବେ ବୋଲି କମିସନ ଆଶାବ୍ୟକ୍ତ କରିଛନ୍ତି ।