ପୌର ନିର୍ବାଚନରେ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ

0 67

ପୌର ନିର୍ବାଚନରେ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି । ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି ତାଲିକା, କୌଣସି ଅପରାଧିକ ମାମଲା ଥିଲେ ସେ ସମ୍ପର୍କରେ ସବିଶେଷ ତଥ୍ୟ ରହିବ । ଯଦି ସତ୍ୟପାଠରେ ଭୁଲ୍‍ ସୂଚନା ଦିଆଯାଇଥିବ ତେବେ ପ୍ରାର୍ଥୀପତ୍ର ନାକଚ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର
ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।


ସେହିପରି ଚଳିତ ଥର ପୌର ନିର୍ବାଚନରେ ଇଭିଏମ୍‍ ମାଧ୍ୟମରେ ମତଦାନ କରାଯିବ । ପୌରାଧ୍ୟକ୍ଷ ଓ ମେୟର ସିଧାସଳଖ ଭାବେ ନିର୍ବାଚିତ ହେବେ । ତେଣୁ ପ୍ରତ୍ୟେକ ବୁଥରେ ୨ଟି ଲେଖାଏଁ ଇଭିଏମ୍‍ରେ ଭୋଟ ଗ୍ରହଣ କରାଯିବ ବୋଲି ପୌର ନିର୍ବାଚନ ପାଇଁ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଅବସରରେ ଶ୍ରୀ ପାଢ଼ୀ କହିଛନ୍ତି ।

Leave A Reply