ଆସନ୍ତା ଫେବୃଆରୀ ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ । ପୂର୍ବରୁ ୧୪ ତାରିଖରୁ ପିଲାମାନେ ସ୍କୁଲ ଆସିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ତେବେ ସାନି ନିଷ୍ପତ୍ତି ଅନୁସାରେ ୧୪ରୁ ସ୍କୁଲ ଖୋଲିବ, ହେଲେ ପିଲାମାନେ ଆସିବେ ନାହିଁ । ବିଦ୍ୟାଳୟ କ୍ୟାମ୍ପସ ସଫେଇ, ମରାମତି ଓ
ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି ।
ପଞ୍ଚାୟତ ନିର୍ବାଚନରେ ଶିକ୍ଷକ ଓ କର୍ମଚାରୀମାନେ ନିୟୋଜିତ ଥିବାରୁ ଓ କିଛି ବିଦ୍ୟାଳୟରେ ମତଦାନ କେନ୍ଦ୍ର କରାଯିବାର ପ୍ରସ୍ତାବ ରହିଥିବାରୁ ଆସନ୍ତା ୨୮ ତାରିଖରୁ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ଶ୍ରେଣୀଗୃହ ପାଠପଢ଼ା ହେବ ବୋଲି ସୂଚନା ଦିଆଯାଇଛି ।