ରାଜ୍ୟର ସମସ୍ତ ସରକାରୀ ମେଡ଼ିକାଲଏବଂ ଘରୋଇ ମେଡ଼ିକାଲ କଲେଜରେ ନାମଲେଖା ପାଇଁ ଅନ୍‍ଲାଇନ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ

0 98

ରାଜ୍ୟର ସମସ୍ତ ସରକାରୀ ମେଡ଼ିକାଲ କଲେଜ ଏବଂ ଭୁବନେଶ୍ୱର ଓ ରାଉରକେଲାସ୍ଥିତ ଘରୋଇ ମେଡ଼ିକାଲ କଲେଜରେ ନାମଲେଖା ପାଇଁ ଅନ୍‍ଲାଇନ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ । ଏ ନେଇ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ନିଟ୍‍ ର‌୍ୟାଙ୍କ ପାଇଥିବା ଛାତ୍ରଛାତ୍ରୀ ଏମ୍‍.ବି.ବି.ଏସ୍‍ ଓ
ବି.ଡି.ଏସ୍‍.ରେ ନାମ ଲେଖାଇବା ପାଇଁ ଓଜେଇଇ ୱେବ୍‍ସାଇଟ୍‍ www.ojee.nic.in କିମ୍ବା www.odishajee.comùe କରି ନାମ ପଞ୍ଜିକରଣ କରିପାରିବେ ।

ଏହି ପଞ୍ଜିକରଣ ମଧ୍ୟାହ୍ନରୁ ଆରମ୍ଭ ହୋଇ ୧୮ ତାରିଖ ରାତି ୧୧ଟା ୫୯ ମିନିଟ୍‍ ପର୍ଯ୍ୟନ୍ତ ଚାଲିବ । ୨୪ ତାରିଖ ଦିନ ପ୍ରଥମ ଏବଂ ୨୭ରେ ଶେଷ ପର୍ଯ୍ୟାୟ ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରକାଶ ପାଇବ ବୋଲି ଓଜେଇଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply