ମ୍ୟାଟ୍ରିକ ପରୀକ୍ଷା ଫର୍ମ ଫିଲ୍ଅପ୍ ଆସନ୍ତା ମ୍ୟାଟ୍ରିକ୍ ପରୀକ୍ଷା ଫର୍ମ ଫିଲ୍ଅପ୍ ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ଆସନ୍ତା ୯ ତାରିଖରୁ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ଫିଲ୍ଅପ୍ ଆରମ୍ଭ କରିବାକୁ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା।
କରୋନା ମହାମାରୀ ପାଇଁ ଯେତେବେଳେ ସ୍କୁଲରେ ପାଠପଢ଼ା ବନ୍ଦ ହୋଇଛି ସେଠାରେ ପରୀକ୍ଷା କିପରି ହେବ ବୋଲି ପ୍ରଶ୍ନ ଉଠାଇ ଓଷ୍ଟା ଏବଂ ଅଭିଭାବକଙ୍କ ପକ୍ଷରୁ ସମାଲୋଚନା ଓ ଅଭିଯୋଗ କରାଯାଇଥିଲା। ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପରେ ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଇତିମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫର୍ମପୂରଣ ସ୍ଥଗିତ ରଖାଯିବା ନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଇଥିବା ସୂଚନା ମିଳିଛି। ମ୍ୟାଟ୍ରିକ ପରୀକ୍ଷା ଫର୍ମପୂରଣ କେବେ ଆରମ୍ଭ ହେବ ସେ ନେଇ ପରିବର୍ତ୍ତୀ ସମୟରେ ବିଜ୍ଞପ୍ତି ଦିଆଯିବ ବୋଲି କହୁାଯାଇଛି।