ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ହୋଇଥିବା ଟ୍ରିବ୍ୟୁନାଲ୍‍ର ସମୟସୀମାକୁ ଆଉ ଦୁଇ ବର୍ଷ ପାଇଁ ବୃଦ୍ଧି

0 345

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ହୋଇଥିବା ଟ୍ରିବ୍ୟୁନାଲ୍‍ର ସମୟସୀମାକୁ ଆଉ ଦୁଇ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଏହି ଟ୍ରିବ୍ୟୁନାଲ୍‍ ଗଠନ କରିଥିଲେ । ଏଥିପାଇଁ ତିନି ବର୍ଷ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଟ୍ରିବ୍ୟୁନାଲ୍‍ ରିପୋର୍ଟ୍‍ ଦାଖଲ କରିବାରେ ବିଫଳ ହୋଇଛି । ଯାହାଫଳରେ ଟ୍ରିବ୍ୟୁନାଲ୍‍ର ଅବଧିକୁ ଆଉ ଦୁଇବର୍ଷକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

Leave A Reply