ନାଲି ମାଂସ ଖାଇବା ହୋଇପାରେ ସ୍ତନ କର୍କଟର ଅନ୍ୟତମ କାରଣ

0 2,491

ନୂଆଦିଲ୍ଲୀ: ସ୍ୱାଦ ଦୃଷ୍ଟିରୁ ଲାଲ ମାଂସ(ରେଡ ମିଟ) ଲୋକମାନଙ୍କ ପାଇଁ ଆକର୍ଷକ ହୋଇପାରେ କିନ୍ତୁ କେହି ମଧ୍ୟ ଏଥି ସହିତ ଜଡିତ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ଅଣଦେଖା କରିପାରିବେ ନାହିଁ । ଗବେଷକମାନଙ୍କ ମତରେ ଲାଲ ମାଂସ ଖାଇଲେ ସ୍ତନ କର୍କଟର ସମସ୍ୟା ବଢିପାରେ କନ୍ତୁ କୁକୁଡା ମାଂସ ଚଳିଯାଇପାରେ । ଆମେରିକାର ନ୍ୟାସନାଲ ଇଷ୍ଟିଚ୍ୟୁଟ ଅଫ ଏଣଭାରମେଣ୍ଟାଲ ହେଥ୍ଲ ସାଇନ୍ସରେ କାର୍ଯ୍ୟରତ କର୍ମଚାରୀ ଡେଲ ପି ସେଣ୍ଡଲର କହିଛନ୍ତି, ‘ଲାଲ ମାଂସର ପରିଚୟ ଏକ କାର୍ସିନୋଜେନ ରୂପରେ କରାଯାଇଛି । ଆମର ଅଧ୍ୟୟନରେ ଆଉ ଅଧିକ ପ୍ରମାଣ ମିଳିଛି ଯେ ଲାଲ ମାଂସ ସ୍ତନ କର୍କଟ ବଢୁଥିବା ସମସ୍ୟା ସହିତ ଜଡିତ ହୋଇପାରେ, ଯାହା କି ପୋଟ୍ଲ୍ରି କମ ସମସ୍ୟା ସହିତ ଜଡିତ ।
ଅଧ୍ୟୟନର ଫଳାଫଳ ଇଣ୍ଟରନ୍ୟାସନାଲ ଜର୍ନଲ ଅଫ କ୍ୟାନଶରରେ ପ୍ରକାଶିତ ହୋଇଛି । ଅଧ୍ୟୟନ ପାଇଁ ଗବେଷକମାନେ ୪୨,୦୧୨ ମହିଳାମାନଙ୍କର ବିଭିନ୍ନ ପ୍ରକାରର ମାଂସ ଖାଇବା ଓ ତାକୁ ବନାଇବା ପ୍ରଣାଳୀ ଉପରେ ତଥ୍ୟର ବିଶ୍ଲଷଣ କରିଛନ୍ତି । ଏହି ବିଶ୍ଲେଷଣ ପ୍ରାୟ ୭.୬ ବର୍ଷ ପର୍ଯ୍ୟନ୍ତ କରାଯାଇଥିଲା । ଏହି ସମୟରେ ୧,୫୩୬ ଆକ୍ରାମକ ସ୍ତନ କର୍କଟର ଚିହ୍ନଟ କରାଗଲା ।

Leave A Reply