ଭୁବନେଶ୍ୱର – ଆସନ୍ତା ମଙ୍ଗଳବାର ଶେଷ ରଜ ପାଇଁ ରାଜ୍ୟ ସରକାର ଖୋର୍ଦ୍ଧା ଏବଂ ବାଲେଶ୍ୱର ଜିଲ୍ଲାରେ ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି । ଏହି ଦୁଇ ଜିଲ୍ଲାର ସରକାରୀ କର୍ମଚାରୀ ଆସନ୍ତା ୧୬ ତାରିଖ ମଙ୍ଗଳବାରର ଅତିରିକ୍ତ ଛୁଟି ସୁବିଧା ହାସଲ କରିପାରିବେ ।
ସୂଚନା ଯୋଗ୍ୟ ପୂର୍ବରୁ ଆସନ୍ତା ସୋମବାରକୁ ରଜନ ସଂକ୍ରାନ୍ତୀ ପାଇଁ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି ।
ସଟ୍ଡାଉନ୍ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କରୋନା ମୁକାବିଲା ପାଇଁ ଆଜି ଏବଂ ରାଜ୍ୟର ୧୧ଟି ଜିଲ୍ଲାରେ ସଟ୍ଡାଉନ ଲାଗୁ ହୋଇଛି । ଏହି ପ୍ରକ୍ରିୟା ଚଳିତମାସର ବାକି ଶନିବାର ଓ ରବିବାର ପାଇଁ ମଧ୍ୟ ଲାଗୁ ହେବ । ତେବେ ସଟ୍ଡାଉନ ସମୟରେ ଡାକ୍ତରୀ କିମ୍ବା ଅନ୍ୟ କୌଣସି ଜରୁରୀ କାର୍ଯ୍ୟରେ ଲୋକେ ଯାତାୟତ କରିପାରିବେ। ସେହିପରି ଏ.ଟି.ଏମ୍., ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଓ କ୍ଲିଅରିଙ୍ଗ୍ ହାଉସ୍ ଭଳି ଗୁରୁତ୍ୱପୂର୍ଣ୍ଣ ଆର୍ôଥକ ପ୍ରତିଷ୍ଠାନ ଖୋଲା ରହିବ ।
ବିମାନ ବନ୍ଦର, ରେଳ ଷ୍ଟେସନ୍, ବସ୍ ଟର୍ମିନାଲ୍ରେ ବସ୍ ଚଳାଚଳ ଜାରି ରହିବ ଏବଂ ଏଥିରେ ସମ୍ପୃକ୍ତ ଥିବା କାର୍ଯ୍ୟାଳୟ, କର୍ମଚାରୀମାନଙ୍କର ଗମନାଗମନ ଏବଂ କାର୍ଯ୍ୟକଳାପକୁ ସଟ୍ଡାଉନ୍ରୁ ବାଦ୍ ଦିଆଯାଇଛି । ଗଣମାଧ୍ୟମରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ ସେମାନଙ୍କ ଅଫିସକୁ ଯାଇପାରିବେ । ଏଲ୍.ପି.ଜି. ଡିଷ୍ଟ୍ରିବ୍ୟୁସନ୍, ରନ୍ଧନ ଗ୍ୟାସ୍ର ହୋମ୍ ଡେଲିଭରି ଏବଂ ଏଥିସହ ସମ୍ପୃକ୍ତ କାର୍ଯ୍ୟାଳୟ, କର୍ମଚାରୀ ଓ ଯାନବାହନ ଚଳାଚଳ ପାଇଁ ସଟ୍ଡାଉନ୍ ନିୟମ ଲାଗୁ ହେବ ନାହିଁ । ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ ମଧ୍ୟ ଖାଦ୍ୟ ପାର୍ସଲ ଦେଇପାରିବେ । ରାତି ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହୋଇଥିବା କର୍ଫ୍ୟୁ ସମୟରେ ମଧ୍ୟ ଢାବାଗୁଡ଼ିକ ପାଇଁ ଏହି କୋହଳ ନୀତି ଲାଗୁ ହେବ । ତେବେ ଢାବାରେ ବସି ଖାଇବା ଉପରେ କଟକଣା ଲାଗୁ ହୋଇଛି । ଗତକାଲି ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ଲାଗୁ କରିଛନ୍ତି । ଅନ୍ୟ ପକ୍ଷରେ ଏହି ସଟ୍ଡାଉନ୍ ସମୟରେ ଧାନ, ଚିନାବାଦାମ ସଂଗ୍ରହ ଏବଂ ଚାଉଳ ଯୋଗାଣ ଆଦି କାର୍ଯ୍ୟ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।