ବର୍ଷା ଓ ବଜ୍ରପାତ ସମୟରେ ମୋବାଇଲ ଫୋନ୍‌ ମନା, ହୋଇପାରେ ଘାତକ

ବର୍ଷା ଓ ବଜ୍ରପାତ ସମୟରେ ମୋବାଇଲ ଫୋନ୍‌ ମନା, ହୋଇପାରେ ଘାତକ

0 627

ଭୋପାଳ: ବର୍ଷା ଓ ବଜ୍ରପାତ  ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର ନ କରିବା ପାଇଁ  ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।  ଭୋପାଳ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏ ନେଇ ଏକ ସତର୍କ ସୂଚନା ଜାରି କରିଛି ।

ବିଜୁଳି ଘଡଘଡି ମାରିବା ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କଲେ ଏହା ଘାତକ ହୋଇପାରେ । କିଛି ମାସ ତଳେ ଲଣ୍ଡନର ଏକ ଗବେଷଣା ସଂସ୍ଥା ବି ଘଡଘଡି ମାରୁଥିବା ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାକୁ ମନା କରିଥିଲେ । ତେବେ ଝରକା ପାଖରେ ଓ ଖୋଲାରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାକୁ ମନା କରାଯାଇଛି । ଘର ଭିତରେ ଥିଲେ ମୋବାଇଲ୍‌ ବ୍ୟବହାର କରିପାରେବେ । ଏହି ସମୟରେ ଝରକା ପାଖକୁ କି କାନ୍ଥ ନିକଟକୁ ଯିବେ ନାହିଁ ।

Leave A Reply