୨୦୧୭-୧୮ ଆର୍ଥିକ ବର୍ଷରେ ଏଲଆଇସିର ୨୬,୧୪୭.୫୨ କୋଟି ଟଙ୍କା ଲାଭ
ନୂଆଦିଲ୍ଲୀ—-ଭାରତୀୟ ଜୀବନ ବୀମା ନିଗମ (ଖଓଉ) ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୧୬-୧୭ ଏବଂ ୨୦୧୭-୧୮ ଆର୍ଥିକ ବର୍ଷରେ ଏହାର ଲାଭ ପରିମାଣ ଯଥାକ୍ରମେ ୨୦,୨୬୯.୪୭ କୋଟି ଏବଂ ୨୬,୧୪୭.୫୨ କୋଟି ଟଙ୍କା ରହିଥିଲା । ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏଲଆଇସିର ଲାଭ ପରିମାଣ ୨୯ ପ୍ରତିଶତ ବୃଦ୍ଧି ପାଇଥିବା ଏଥିରୁ ଜଣାଯାଇଛି ।
ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଅର୍ଥ ରାଷ୍ଟ୍ର ମନ୍ତ୍ରୀଶିବ ପ୍ରତାପ ଶୁକ୍ଳା ଏହି ଉତ୍ତର ଦେଇଥିଲେ ।