ପରୋକ୍ଷ ଟିକସ ସଂଗ୍ରହ୨୦୧୮-୧୯ ଅବଧିରେ ୬,୧୨,୬୫୩.୪୭ କୋଟି ଟଙ୍କା ଆଦାୟ

0 486

ନୂଆଦିଲ୍ଲୀ—-ମୋଟ ନିଟ ପରୋକ୍ଷ ଟିକସ ସଂଗ୍ରହ (ସିଜିଏସଟି, ଆଇଜିଏସଟି ଏବଂ ଜିଏସଟି କ୍ଷତିପୂରଣ ସେସ)କୁ ମିଶାଇ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ନଭେମ୍ବର, ୨୦୧୮-୧୯ ଅବଧିରେ ଟ. ୬,୧୨,୬୫୩.୪୭ କୋଟି ଟଙ୍କା ରହିଛି ।

ପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥାଏ, ୨୦୧୮-୧୯ ପାଇଁ ବାସ୍ତବ ପରୋକ୍ଷ ଟିକସ ସଂଗ୍ରହ ପରିମାଣ ଚଳିତ ଆର୍ଥିକ ବର୍ଷ ଶେଷ ହେବା ପରେ ଜଣାପଡ଼ିବ । ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ୧୧,୧୬,୦୦୦ କୋଟି ଟଙ୍କାର ପରୋକ୍ଷ ଟିକସ ସଂଗ୍ରହ କରାଯିବା ନିମନ୍ତେ ବଜେଟ ଆକଳନରେ ଧାର୍ୟ୍ୟ କରାଯାଇଥିଲା ।

ଟିକସ ଅନୁପାଳନରେ ଉନ୍ନତି ଆଣିବା ଲାଗି ଜିଏସଟି ଦରକୁ ଯୁକ୍ତି ସଂଗତ କରିବା, ଟିକସର ବାଧ୍ୟତାମୂଳକ ଇ-ଫାଇଲିଂ ଏବଂ ଇ-ପେମେଣ୍ଟ, ବିଳମ୍ବ ପଇଠ ଲାଗି ଜୋରିମାନା, ରାଜ୍ୟ ଭାଟ ବିଭାଗ, ଅନୁପାଳନ ସମୀକ୍ଷା ଲାଗି ଆୟକର ବିଭାଗ ଆଦି ଭଳି ତୃତୀୟ ପକ୍ଷ ଉତ୍ସର ବ୍ୟାପକ ଉପଯୋଗ, ଟିକସ ରିଟର୍ଣ୍ଣର ନିୟମିତ ପ୍ରବର୍ତ୍ତନ ଏବଂ ଅନୁପାଳନ ସମୀକ୍ଷା, ଟିକସଦାତାଙ୍କୁ ସଚେତନ କରିବା ଏବଂ ଗଣମାଧ୍ୟମ ଅଭିଯାନ ଆଦି ଜରିଆରେ ଚଳିତ ଆର୍ଥିକ ବର୍ଷରେ ଧାର୍ୟ୍ୟ ଟିକସ ଲକ୍ଷ୍ୟ ହାସଲ ଲାଗି ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରଶାସନିକ ପଦକ୍ଷେପ ନିଆଯାଇଛି ।

ଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା ଏହି ଉତ୍ତର ଦେଇଥିଲେ ।

Leave A Reply