ମହାକାଶ ପ୍ରଯୁକ୍ତି ପାର୍କ ଓ ସଂଗ୍ରହାଳୟ ପ୍ରତିଷ୍ଠା

0 433

ନୂଆଦିଲ୍ଲୀ—- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦେଶର ବିଭିନ୍ନ ସ୍ଥାନରେ ମହାକାଶ ପ୍ରଯୁକ୍ତି ପାର୍କ ଏବଂ ସଂଗ୍ରହାଳୟମାନ ସ୍ଥାପନ କରିବାର ଯୋଜନା କରିଛି । ଦେଶର ପ୍ରତ୍ୟେକ ନାଗରିକଙ୍କୁ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି ସଂପର୍କରେ ଜ୍ଞାନ ଆହରଣ ଓ ଅବଗତ କରିବା ସକାଶେ ଏଭଳି ମହାକାଶ ଗ୍ୟାଲେରୀମାନ ସ୍ଥାପନ କରାଯିବ । ଏହିସବୁ ଗ୍ୟାଲେରୀ ମାନଙ୍କରେ ଭାବ ବିନିମୟକାରୀ/ମଡ଼େଲ ସଂପର୍କରେ ବର୍ଣ୍ଣନା ଥିବା କାର୍ଯ୍ୟକ୍ରମମାନ ରହିବ ଯାହାକି ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିର ନୀତି ସମ୍ବନ୍ଧୀୟ ହେବ ।

ପ୍ରାଥମିକ ପର୍ଯ୍ୟାୟରେ, ହାଇଦ୍ରାବାଦର ବିରଳା ବିଜ୍ଞାନ କେନ୍ଦ୍ର, ମୁମ୍ବାଇର ନେହରି ବିଜ୍ଞାନ କେନ୍ଦ୍ର ଏବଂ ନୂଆଦିଲ୍ଲୀର ପ୍ରଗତି ମୈଦାନସ୍ଥିତ ଜାତୀୟ ବିଜ୍ଞାନ କେନ୍ଦ୍ରଠାରେ ଏଭଳି ମହାକାଶ ଗ୍ୟାଲେରୀ ପ୍ରତିଷ୍ଠା କରାଯିବ । ଏହାତିରିକ୍ତ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଦେଶର ସମସ୍ତ ଜାତୀୟ ସଂଗ୍ରହାଳୟ/ବିଜ୍ଞାନ କେନ୍ଦ୍ର (ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା)ଠାରେ ପର୍ଯ୍ୟାୟକ୍ରମିକ ଭାବେ ଏହିସବୁ ମହାକାଶ ଗ୍ୟାଲେରୀ ସ୍ଥାପନ କରାଯିବ । ଏହା ଛଡ଼ା ଏଭଳି ମହାକାଶ ଗ୍ୟାଲେରୀଗୁଡ଼ିକୁ ଇସ୍ରୋ ଜ୍ଞାନ କେନ୍ଦ୍ର, ଭ୍ରାମ୍ୟମାଣ ପ୍ରଦର୍ଶନୀ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ମାଧ୍ୟମ ତଥା ମହାକାଶ ବିଜ୍ଞାନ/ପ୍ରଯୁକ୍ତି ସମ୍ବନ୍ଧୀୟ ବିଭିନ୍ନ ଆଲୋଚନା, ଭାଷଣ ଆଦି ପ୍ରଦାନର ମାଧ୍ୟମ ଭାବେ ବ୍ୟବହାର କରାଯିବ ।

କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ବିକାଶ (ସ୍ୱାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, କାର୍ମିକ, ଜନ ଅଭିଯୋଗ ଓ ପେନସନ୍‌, ଆଣବିକ ଶକ୍ତି ଓ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜୀତେନ୍ଦ୍ର ସିଂହ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ଆଜି ଏହି ସୂଚନା ପ୍ରଦାନ କରିଛନ୍ତି ।

Leave A Reply