ଭୁବନେଶ୍ୱର: ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ (ଏସ୍ଟିପିଆଇ) ଓ ଦି ଇଣ୍ଡସ୍ ଏଂଟ୍ରପ୍ରେନ୍ୟୋର୍ସ (ଟାଇ ଦିଲ୍ଲୀ-ଏନ୍ସିଆର୍) ଏକ ବିସ୍ତୃତ ସହଭାଗିତାରେ ଲିପ୍ ଆହେଡ୍ ଅଭିଯାନକୁ ଭୁବନେଶ୍ୱର ଆଣିଛନ୍ତି । ଟାଇ ଦିଲ୍ଲୀ-ଏନ୍ସିଆର୍ ଭୁବନେଶ୍ୱରରେ ଲିପ୍ ଆହେଡ୍ ଷ୍ଟାର୍ଟଅପ୍ ସମିଟ୍ର ଆୟୋଜନ କରିବା ପାଇଁ ଟାଇ ଭୁବନେଶ୍ୱର ସହ ସହଭାଗିତା କରିଛି । ଦିଲ୍ଲୀରେ ଏହି ପଦକ୍ଷେପର ସଫଳ ଶୁଭାରମ୍ଭ ପରେ ଭୁବନେଶ୍ୱରରେ ଏହି ସମିଟ୍ ଭାରତବ୍ୟାପୀ, ବିଶେଷ କରି ଓଡିଶାର ଉଦୀୟମାନ କେନ୍ଦ୍ରଗୁଡିକରେ ଟେକ୍ ଷ୍ଟାର୍ଟଅପ୍ଗୁଡିକୁ ପର୍ଯ୍ୟାପ୍ତ ସହଯୋଗ ପ୍ରଦାନ କରିବା ଓ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏସ୍ଟିପିଆଇ, ଟାଇ ଦିଲ୍ଲୀ-ଏନ୍ସିଆର୍ ଏବଂ ନିବେଶକଙ୍କ ଏକ ସମ୍ମାନିତ ଗୋଷ୍ଠୀ ସହ ସହଭାଗିତାରେ ନିକଟରେ ଲିପ୍ ଆହେଡ୍ (ଲଂଚ୍ପ୍ୟାଡ୍ ଫର୍ ଟେକ୍ ଏଂଟ୍ରପ୍ରେନ୍ୟୋର୍ସ ଟୁୱାର୍ଡସ୍ ଆକ୍ସିଲରେଟେଡ୍ ଗ୍ରୋଥ୍ ଆଣ୍ଡ ପାୟୋନିଅରିଂ ଆହେଡ୍)ର ଶୁଭାରମ୍ଭ କରିଥିଲା । ଲିପ୍ ଆହେଡ୍ ପଦକ୍ଷେପ ୭୫ଟି ଷ୍ଟାର୍ଟଅପ୍ ଚୟନ କରିବ ଏବଂ ସେଗୁଡିକୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ହାସଲ କରିବା କ୍ଷେତ୍ରରେ ମାର୍ଗଦର୍ଶନ ଓ ବ୍ୟବସାୟିକ ପରାମର୍ଶ ପ୍ରଦାନ କରିବ । ଏହା ଷ୍ଟାର୍ଟଅପ୍ଗୁଡିକୁ ଏକ ବିସ୍ତୃତ ନେଟ୍ୱର୍କ ପାଇଁ ପହଂଚ ଏବଂ ଋତୁକାଳିନ ନିବେଶକ ଓ ଶିଳ୍ପ ବିଶେଷଜ୍ଞଙ୍କ ସହିତ ମେଂଟରସିପ୍ ସେଶନ ପ୍ରଦାନ କରିବ ।
ଭୁବନେଶ୍ୱରରେ ଲିପ୍ ଆହେଡ୍ ଷ୍ଟାର୍ଟଅପ୍ ସମିଟ୍କୁ ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ, ଶ୍ରୀ ତୁଷାରକାନ୍ତି ବେହେରା ଉଦ୍ଘାଟନ କରିଥିଲେ । ଏହି ସମିଟ୍ ସମ୍ପର୍କରେ ସେ କହିଛନ୍ତି, ‘ସହଯୋଗୀ ଉତ୍ସାହ ଓ ରଣନୈତିକ ସହଭାଗିତା ଲିପ୍ ଆହେଡ୍ ପଦକ୍ଷେପ ପ୍ରତି ଓଡିଶା ସରକାରଙ୍କ ସମର୍ଥନକୁ ସୂଚିତ କରୁଛି ଯାହା ଉଦ୍ଭାବନ ଓ ଔଦ୍ୟୋଗିକତା କ୍ଷେତ୍ରରେ ଆମର ଶକ୍ତିକୁ ଆହୁରି ସୁଦୃଢ କରୁଛି । ଏଭଳି ପ୍ରୟାସଗୁଡିକ ମାଧ୍ୟମରେ ଓଡିଶା ଭାରତରେ ଶୀର୍ଷ ୩ଟି ଷ୍ଟାର୍ଟଅପ୍ ହବ୍ ମଧ୍ୟରୁ ଗୋଟିଏ ହେବା ପାଇଁ ଏବଂ ରୂପାନ୍ତରଣ ଓ ସ୍ଥିରତାର ଉଜ୍ଜ୍ୱଳିତ ଉଦାହରଣ ହେବାକୁ ଆଶା ରଖିଛି । ୨୦୧୬ର ଆଧୁନିକ ନୀତିର ଶୁଭାରମ୍ଭ ସମେତ ସରକାରଙ୍କ ରଣନେନୌତିକ ପଦକ୍ଷେପ ଓ ନୀତିଗୁଡିକ ଓଡିଶାକୁ ଏକ ଅଗ୍ରଗାମୀ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ କରିଛି ।’

ଏହି କାର୍ଯ୍ୟକ୍ରମରେ ଓଡିଶାର ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ମୁଖ୍ୟ ସଚିବ ମନୋଜ କୁମାର ମିଶ୍ର, ଏନ୍ଜିଆଇଏସ୍ର ମେଂଟର ଓ ସାଇବର୍ ମିଡିଆର ଅଧ୍ୟକ୍ଷ ଓ ଏମ୍ଡି ପ୍ରଦୀପ ଗୁପ୍ତା, ଏସ୍ଟିପିଆଇ, ଭୁବନେଶ୍ୱରର ନିର୍ଦ୍ଦେଶକ ସୂର୍ଯ୍ୟ ପଟ୍ଟନାୟକ, ୱାଇଜର୍ (ଜେଡ୍୨ଓ)ର ସହପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ସୁପ୍ରିୟା ଧଣ୍ଡା,ଭେଂଚର୍ କାଟାଲିଷ୍ଟସ୍ କୁମାର ସୌରଭ, ଟାଇ ଭୁବନେଶ୍ୱରର ଅଧ୍ୟକ୍ଷ ଏକେ ମହାନ୍ତି, ଏସ୍ଟିପିଆଇ-ଗୌହାଟିର ନିର୍ଦ୍ଦେଶକ ବନ୍ଦନା ଶ୍ରୀବାସ୍ତବ, ନାଲ୍କୋର ଗ୍ରୁପ୍ ଜେନେରାଲ ମ୍ୟାନେଜର (ଆର୍ଆଣ୍ଡଡି) ବିନୁତା ପାତ୍ର, ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ଓଡିଶାର ସିଏସ୍ଆର୍ ଓ କର୍ପୋରେଟ୍ ରିଲେଶନ୍ସ ମୁଖ୍ୟ ପ୍ରଶାନ୍ତ ବିଶ୍ୱାଳ, ଏନ୍ଜିଆଇଏସ୍ ଭୁବନେଶ୍ୱରର ଚିଫ୍ ମେଂଟର୍ ରାଜେଶ ରାମ ମିଶ୍ର, ଭୁବନେଶ୍ୱର ଆଞ୍ଜେଲର ସଦସ୍ୟ ଦେବୁ ପଟ୍ଟନାୟକ,ଆଲ୍ଫା ଭାଲ୍ୟୁ କନ୍ସଲ୍ଟିଂର ଫାଉଣ୍ଡିଂ ପାର୍ଟନର ଓ ନିର୍ଦ୍ଦେଶକ ମନିଷ ଶ୍ରୀବାସ୍ତବ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ସମିଟ୍ ସମ୍ପର୍କରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ମୁଖ୍ୟ ସଚିବ ମନୋଜ କୁମାର ମିଶ୍ର କହିଛନ୍ତି, ‘ଏସ୍ଟିପିଆଇ ସହିତ ଆମ ରାଜ୍ୟର ସ୍ୱତନ୍ତ୍ର ସହଭାଗିତାକୁ ନେଇ ମୁଁ ଖୁବ୍ ଗର୍ବିତ । ବିଶ୍ୱରେ ଦ୍ରୁତ ବେଗରେ ଘଟୁଥିବା ପରିବର୍ତନକୁ ଦୃଷ୍ଟିରେ ରଖି ଆମେ ଆଜିର ପରିଦୃଶ୍ୟରେ ଟେକ୍ନୋଲୋଜିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମହତ୍ୱ ଦେଉଛୁ । ଗତ ୪ ବର୍ଷ ମଧ୍ୟରେ ଜୋମାଟୋ ଓ ଉବର ଭଳି ବଡ ବଡ ସଂସ୍ଥା ସମେତ କମ୍ପାନୀଗୁଡିକ ପାଇଁ ଟେକ୍ନୋଲୋଜି ଉପରେ ନିର୍ଭରଶୀଳତା ସ୍ପଷ୍ଟ ହୋଇଛି । ବିଭିନ୍ନ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ବିଶ୍ୱାସ କରୁଛୁ, ଯାହା ଏସ୍ଟିପିଆଇର ସହାଯାଗ ସହିତ ଷ୍ଟାର୍ଟଅପ୍ଗୁଡିକରେ ପ୍ରବେଶକୁ ସହଜ କରୁଛି ।’ ଏହି ସମିଟ୍ରେ ଦୁଇଟି ପ୍ୟାନେଲ ଆଲୋଚନା ସାମିଲ ରହିଥିଲା । ‘କର୍ପୋରେଟ୍ ଷ୍ଟାର୍ଟଅପ୍ କୋଲାବରେଶନ’ ସେଶନ ଉପରେ ଅଧିବେଶନକୁ ଏସ୍ଟିପିଆଇ ନେକ୍ସଟ୍ର ମୁଖ୍ୟ ପରିଚାଳନା ଅଧିକାରୀ ଲୋପା ମିଶ୍ର ଜାନା ପରିଚାଳନା କରିଥିଲେ ଯେଉଁଥିରେ ନାଲ୍କୋ, ଜେଏସ୍ଡବ୍ଲ୍ୟୁ ଷ୍ଟିଲ, ଆଇଏଲ୍ଏସ୍ ବାୟୋ ଇନ୍କ୍ୟୁବେଟର, ଡିପାର୍ଟମେଂଟ୍ ଅଫ୍ ଟେକ୍ନୋଲୋଜି ଭୁବନେଶ୍ୱର, ମୁଲ୍ ଇନୋଭେଶନ ଓ ମ୍ରିଦ୍ୟା ଭେଂଚର୍ସ ଆଦି ଯୋଗ ଦେଇଥିଲେ । ସେହିପରି ‘ଫଣ୍ଡିଂ ଇନ୍ସାଇଟ୍ସ: ନାଭିଗେଟିଂ ଦ ଇନ୍ଭେଷ୍ଟମେଂଟ୍ ଲ୍ୟାଣ୍ଡସ୍କେପ’ ଉପରେ ୨ୟ ସେଶନରେ ଆଲ୍ଫା ଭାଲ୍ୟୁ ଭେଂଚର୍ସ, ଭୁବନେଶ୍ୱର ଆଞ୍ଜେଲ୍ସ, ୱାଇଜର (ଜେଡ୍୨ଓ), ନେକ୍ସସ୍ ପାୱାର ଓ ମଡରେଟେଡ୍ ବାଏ ସାନୁ ରଥ, ଏମ୍ଡି, ପ୍ରିଲ୍ୟୁଡ୍ ଆଦିର ପ୍ରତିନିଧିମାନେ ମୂଲ୍ୟବାନ ତଥ୍ୟ ସେୟାର କରିଥିଲେ । ସମିଟ୍ ସମ୍ପର୍କରେ ଟାଇ ଦିଲ୍ଲୀ-ଏନ୍ସିଆର୍ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଗୀତିକା ଗୋୟଲ କହିଛନ୍ତି, ‘ଉନ୍ନତ ଷ୍ଟାର୍ଟଅପ୍ ଇକେରସିଷ୍ଟମ ବିକଶିତ କରିବା ଆମର ଲକ୍ଷ୍ୟ ରହିଆସିଛି ଏବଂ ଲିପ୍ ଆହେଡ୍ ପ୍ରୋଗ୍ରାମ ଉକ୍ତ ଉଦ୍ଦେଶ୍ୟ ସହିତ ଉପଯୁକ୍ତ ଭାବେ ଜଡିତ ରହିଛି । ଏହି ପଦକ୍ଷେପ ଟେକ୍ ଷ୍ଟାର୍ଟଅପ୍ଗୁଡିକ ପାଇଁ ଏକ ଗେମ୍-ଚେଞ୍ଜର ହେବା ପାଇଁ ପ୍ରସ୍ତୁତ ରହିଛି ।’ ସେହିପରି ନିଜ ସ୍ୱାଗତ ଅଭିଭାଷଣରେ ଏସ୍ଟିପିଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ସୂର୍ଯ୍ୟ କୁମାର ପଟ୍ଟନାୟକ ଲିପ୍ ଆହେଡ୍ ପ୍ରୋଗ୍ରାମର ଏକ ବିସ୍ତୃତ ସମୀକ୍ଷା ପ୍ରଦାନ କରିଥିଲେ ଏବଂ ଷ୍ଟାର୍ଟଅପ୍ଗୁଡିକୁ ଏହି ସ୍ୱତନ୍ତ୍ର ଯୋଜନାର ଲାଭ ଉଠାଇବାକୁ ଆବେଦନ କରିଥିଲେ ।’ ଏହି ଲିପ୍ ଆହେଡ୍ ସମିଟ୍ ଦିଲ୍ଲୀ ଓ ଭୁବନେଶ୍ୱର ପରେ, ଆସନ୍ତା ଡିସେମ୍ବର ୬ ଓ ୧୩ ତାରିଖରେ ବିଜୟୱାଡା ଓ ଚଣ୍ଡୀଗଡରେ ଆୟୋଜିତ ହେବ ।
Comments are closed, but trackbacks and pingbacks are open.