ପଦ୍ମ ପତ୍ର ଓ ହଳଦୀ ପତ୍ରରେ ଖାଇବାର ଉପକାରିତା
ପଦ୍ମପତ୍ର: ଏବେ ବି ରାସ୍ତାକଡର କେତେକ ଝୁମ୍ପୁଡି ହୋଟେଲରେ ପଦ୍ମପତ୍ରରେ ଖାଇବାକୁ ଦିଆଯାଉଛି। ପଦ୍ମ ଏପରି ଏକ ଉଦ୍ଭିଦ ଯାହାର ପ୍ରତ୍ୟେକ ଭାଗ ମଣିଷର ଉପକାର କରେ। ପଦ୍ମପତ୍ରରେ ଥିବା ଆଲ୍କାଲଏଡ ଡାଇରିଆ ରୋଗର ପ୍ରାକୃତିକ ଔଷଧ କହିଲେ ଭୁଲ୍ ହେବନାହିଁ। ଏଗୁଡିକ ମଧ୍ୟ ହୃଦ୍ଯନ୍ତ୍ରର କାର୍ଯ୍ୟକାରିତା ଏବଂ ରକ୍ତ ସଞ୍ଚାଳନ ସଠିକ୍ ରଖିବାରେ ସହାୟକ। ପଦ୍ମପତ୍ରରେ ପାଣି ଗଡିଆସୁଥିବାରୁ ଖାଦ୍ୟ ବଢାଗଲେ ଆରାମରେ ଖାଇହୁଏ। ଏଥିରେ ବଢାଯାଇଥିବା ଖାଦ୍ୟ ସତେଜ ରହିବା ସହ ପତ୍ରରୁ ସମସ୍ତ ପୋଷକ ତତ୍ତ୍ୱ ଗ୍ରହଣ କରିନିଏ।
ହଳଦି ପତ୍ର: ପ୍ରଥମାଷ୍ଟମୀ ପର୍ବରେ ହଳଦି ପତ୍ରରେ ଏଣ୍ଡୁରି ପିଠା ହେବା ପରମ୍ପରାର ଅନ୍ତର୍ଭୁକ୍ତ। ହଳଦି ପତ୍ରକୁ ଭାରତୀୟ, ଥାଇ ଏବଂ ମାଲେସୀୟ ରୋଷେଇରେ ବିଶେଷ ଭାବେ ବ୍ୟବହାର କରାଯାଏ। ଏହି ପତ୍ରରେ ଥିବା ତତ୍ତ୍ୱ ହଜମ ଶକ୍ତି ବୃଦ୍ଧି କରି ଗ୍ୟାସ୍ ଏବଂ ଅନ୍ୟାନ୍ୟ ପେଟ ସମସ୍ୟା ଦୂର କରେ। ଏଥିରେ ଥିବା କରକ୍ୟୁମିନ୍ ହଜମକାରକ ଲାଳ (ବାଇଲ୍) କ୍ଷରଣରେ ସାହାଯ୍ୟ କରିଥାଏ। ଏହାର ଇନ୍ଫ୍ଲାମେଟୋରୀ (ଫୁଲା) ପ୍ରତିରୋଧକ ତତ୍ତ୍ୱ ମଧ୍ୟ ରହିଛି। ତେଣୁ ଆଣ୍ଠୁଗଣ୍ଠିରୋଗ ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବିଶେଷ ଭାବେ ଉପକାରୀ। ବିଶେଷଜ୍ଞମାନଙ୍କ ମତରେ ହଳଦିରେ ଥିବା ବାୟୋ-ଆକ୍ଟିଭ ଯୌଗିକ ଯନ୍ତ୍ରଣା ନିବାରକ ଭାବେ କାର୍ଯ୍ୟ କରିଥାଏ।