ଚଳିତ ବର୍ଷର ଶେଷ ରାଜ୍ୟ କ୍ୟାବିନେଟ୍‍ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

0 445

ଚଳିତ ବର୍ଷର ଶେଷ ରାଜ୍ୟ କ୍ୟାବିନେଟ୍‍ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଲୋକସେବା ଭବନରେ ଅନୁଷ୍ଠିତ ଏହି କ୍ୟାବିନେଟ୍‍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ସରପଞ୍ଚଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଯାଏଁ ଏବଂ ଛୋଟ କର୍ମଚାରୀଙ୍କଠାରୁ ଆରମ୍ଭ କରି ସଚିବ ପର୍ଯ୍ୟନ୍ତ ସମସ୍ତେ ସମ୍ପତ୍ତି ତାଲିକା ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସମ୍ପତ୍ତି ତାଲିକା ନକଲ ପ୍ରତିବର୍ଷ ଲୋକାୟୁକ୍ତଙ୍କ ପାଖକୁ ପଠାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

ସେହିପରି ସରକାରୀ ସ୍କୁଲରେ ପଢିଲେ ଇଞ୍ଜିନିୟରିଂ ଓ ମେଡିକାଲରେ ସଂରକ୍ଷଣ ସୁବିଧା ରହିବ । ଏହା ଆସନ୍ତା ଶିକ୍ଷାବର୍ଷରୁ  କାର୍ଯ୍ୟକାରୀ କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ୧୯୭୪ରୁ ୨୦୬ଟି ପୁରୁଣା ଆଇନ ହଟିବ ବୋଲି ମଧ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

Leave A Reply