ନୂଆଦିଲ୍ଲୀ ୨୮।୧୨ – ଶ୍ରମ ମନ୍ତ୍ରାଳୟ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ କର୍ମଚାରୀଙ୍କୁମାନଙ୍କର ପେନସନ୍ ଯୋଜନା ଅନ୍ତର୍ଗତରେ ଆଂଶିକ ଭାବେ ବା କମ୍ୟୁଟେସନ୍ର ସୁବିଧା ଦେବା ପାଇଁ ଯାଉଛି । ୨୦୨୦ ଜାନୁଆରୀ ତାରିଖରୁ କର୍ମଚାରୀମାନେ ଏହି ସୁବିଧା ପାଇପାରିବେ । ଏଥିରେ ୬.୩ ଲକ୍ଷ ପେନସନଭୋଗୀଙ୍କ ଲାଭ ହେବ । ଏକ ସୁତ୍ରରୁ ଏହି ସୂଚନା ମିଳିଛି ।
ଏହି ୬.୩ ଲକ୍ଷ ପେନଶନ୍ ଭୋଗୀ ନିଜର ପେନସସନ୍ ବାହାର କରିବା ପାଇଁ ବା ଉଠାଇବା ପାଇଁ ଏକ ବିକଳ୍ପର ଚୟନ କରୁଥିଲେ । ୨୦୦୯ ମସିହା ପୂର୍ବରୁ ଅବସର ନେଇଥିବା ବା ଚାକିରି ଛାଡିଥିବା ଲୋକଙ୍କୁ ପେନସନ୍ର ଏକ ଅଂଶ କାଢିବା ପାଇଁ ଅନୁମତି ମିଳିଥିଲା । ଇପିଏଫୋ ୨୦୦୯ ମସିହାରୁ ଏହାକୁ କାଢିବା ପାଇଁ ଥିବା ଅପସନ୍କୁ ବନ୍ଦକରାଯଇଥିଲ ।
ସୂଚନା ଅନୁସାରେ ଶ୍ରମମନ୍ତ୍ରାଳୟ କର୍ମଚାରୀ ପେନସନ୍ ଯୋଜନା ଅନ୍ତର୍ଗତ ପେନସନ କମ୍ୟୁଟେସନ୍ ସୁବିଧା ଦେବା ପାଇଁ ଇପିଏଫ୍ଓ କୁ ନିର୍ଣ୍ଣୟ କ୍ରିୟାନୟନକୁ ନେଇ ଜାନୁଆରୀ ୨୦୨୦ରେ ଅଧିସୂଚନା ଜାରି କରିଥିଲା ।
ଏହି ସୁବିଧା ଅନୁସାରେ ପେନସନ୍ର ଅଗ୍ରୀମର ଏକ ଅଂଶ ଆଶିଂକ ଭାବେ ଦିଆଯିବ । ଏହାପରେ ୧୫ ବର୍ଷ ପାଇଁ ପେନସନ୍ରେ ଏକ ତୃତୀୟାଂଶ କଟାଯିବ । ୧୫ ବର୍ଷପରେ ପେନଶନ୍ ଭୋଗୀ ପୁରା ପେନଶନ୍ ନେଇ ପାରିବେ ।
ଇପିଏଫ୍ଓ ବିଷୟରେ ବିଭନ୍ନ ନୀତି ନିର୍ଦ୍ଧାରଣ କରୁଥିବା ଶୀର୍ଷ ବ୍ୟବସ୍ତା ବା କେନ୍ଦ୍ରୀୟ ନ୍ୟାସ ବୋର୍ଡ ୨୧ ଅଗଷ୍ଟ ୨୦୧୯ରେ ହୋଇଥିବା ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିଥିଲେ। କମ୍ୟୁଟେସନ୍ ପ୍ରାବଧାନ ପୁଣି ଚାଲୁ କରିବା ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଏହି ବୋର୍ଡର ଅଧ୍ୟକ୍ଷ ନିଜେ କେନ୍ଦ୍ର ଶ୍ରମମନ୍ତ୍ରୀ
।
ଇପିଏଫ୍ଓ ର ଗୋଟିଏ ସମିତି ଆଶିଂକ ଉଠାଣ ପାଇଁ ୧୫ ବର୍ଷ ପରେ ପେନଶନ୍ ରାଶି ପୁଣି ଚାଲୁ କରିବା ପାଇଁ ଇପିଏଫ୍ସି ୦୯୫ରେ ସଂଶୋଧନକରିବାପାଇଁ ସୁପାରିଶ କରିଥିଲେ . ଏହା ପୂର୍ବରୁ ଇପିଏଶ୍-୯୫ରେ ସଦସ୍ୟମାନଙ୍କୁ ୧୦ ବର୍ଷପରେ ପେନଶନର ଏକ ତୃତୀୟାଂଶ ଅର୍ଥ ଉଠାଣ କରିବାପାଇଁ ଅନୁମତି ଥିଲା । ଏହାକୁ ୧୫ ବର୍ଷ ପରେ ପୁଣି ଚାଲୁ କରାଯାଉଠଛି । ଏହି ସୁବିଧା ସରକାରୀ କର୍ମଚାରୀମାନଙ୍କ ପାଇଁ ଚାଲୁ ରହିଛି ।