ଭୁବନେଶ୍ୱର: ଓଡିଶାର ଲୋକ ପ୍ରିୟ ତଥା ସମ୍ବାଦ ଭିତ୍ତିକ କାର୍ଯ୍ୟକ୍ରମ ହେଉଛି ଓ ଟିଭିର ନ୍ୟୁଜ୍ ଫ୍ୟୁଜ୍ । କୁନା ତ୍ରିପାଠୀଙ୍କ ଉପାସ୍ଥାପନା ଏହାକୁ ବେଶ୍ ଲୋକ ପ୍ରିୟ କରାଇ ଦେଇଛି । ଓଟିଭର୍ ଟିଆର୍ପି ବା ଜିଆରପି ବି ଏଥିଯୋଗୁଁ ଅଧିକ । ଅନ୍ୟ ଓଡିଆ ଚ୍ୟାନେଲ୍ମାନେ ଏପରି କାର୍ଯ୍ୟକ୍ରମ ଅନ୍ୟ କଳାକାରମାନଙ୍କୁ ନେଇ କରିଛନ୍ତି । ହେଲେ ଲୋକ ପ୍ରିୟତା ହାସ କରି ପାରି ନାହାନ୍ତି ।
ଏବେ ଓଟିଭର ମାଲିକଙ୍କ ସହ ବିଜଦର ଭଲ ପଡୁ ନ ଥିବା , ସମସ୍ତେ ଜାଣିଛନ୍ତି । କୁନା ତ୍ରିପାଠୀ ବିଜଦ ନେତା । ତାଙ୍କୁ ରାଜ୍ୟ ଚଳଚିତ୍ର ନିଗମର ଗୁରୁ ଦାୟିତ୍ୱ ଦିଆଯାଇଛି । ସେ ଏହାର ନିର୍ଦେଶକ । ଏହାପରେ ସେ ଓ ଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍ ଛାଡି ଦେବେ ବୋଲି ବିରୋଧି ଚ୍ୟାନେଲ୍ ସହ ଅନେକ ଚର୍ଚ୍ଚା କରୁଛନ୍ତି । ଏ ପରି ବି ଚର୍ଚ୍ଚା ହେଉଛି ନ୍ୟୁଜ୍ଫ୍ୟୁଜ୍ ପାଇଁ କୁନା ତ୍ରିପାଠୀ ଓ଼ଟିଭି ସହ ଚୁକ୍ତିକୁ ଆଉ ନବୀ କରଣ କରି ନାହାନ୍ତି ।
ରଥ ଯାତ୍ରାରୁ ତାଙ୍କୁ ନ୍ୟୁଜ୍ଓ୍ୱାର୍ଲଡ୍ ଓଡିଶାରେ ଦେଖିବାକୁ ମିଳିଛି । ସେହିପରି ସେ ଉଚ୍ଚ ଦରମାରେ ଏହାର ପରିଚାଳନା ମୁଖ୍ୟ ଭାର ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ଅତି କମ୍ ଟିଆର୍ପି ରହୁଥିବା ନିଉଜ୍ଓ୍ୱାର୍ଲଡ୍ ଏବେ କୁନାଙ୍କ ନିର୍ଦେଶନାରେ ଭଲ ଟିଆର୍ପି ଆଣିବ ବୋଲି ଏହାର ମାଲିକ ଲକ୍ଷ୍ୟ ରଖିଛନ୍ତି । ଏହି ଚ୍ୟାନେଲ୍ରେ ଅନେକ ନୂଆ ପୂରୁଣା ଅତି ଉଚ୍ଚ ଦରମାରେ ଯୋଗ ଦେଇଛନ୍ତି । ମାତ୍ର ଗତ କିଛି ସପ୍ତାହରେ ସେମିତି କିଛି ଆଖିଦୃଶିଆ ପରିବର୍ତ୍ତନ ହୋଇ ନାହିଁ । ଦେଖିବା କଥା ଆଗକୁ ଏହା କେତେ ସଫଳ ହେଉଛି । ଏବେ ବିଜେଡି ଓ ବିଜେପି ମଧ୍ୟରେ ପୋର୍ଟାଲ ସହ ଚ୍ୟାନେଲ୍ ହାତେଇବା ପାଇଁ ଜୋର୍ଦାର ଉଦ୍ୟମ ହେଉଥୁବା ଚର୍ଚ୍ଚା ହେଉଛି ବିଜେଡି ନେତାଙ୍କ ହାତରେ କନକ, କଳିଙ୍ଗ, ଏମ୍ବିସି ଓ ନ୍ୟୁଜ୍ଓ୍ୱାର୍ଲ୍ଡ ରହିଛି । ତେବେ ଓଟିଭି ବିଜେପି ସପକ୍ଷକୁ ଢଳୁଥିବା ବେଳେ ରାଜ୍ୟ ସରକାର ବିରୋଧି ଖବର ବେଶୀ ଓ ଜୟ ପଣ୍ଡାଙ୍କର ଟୁଇଟର୍ ଖବର ବେଶୀ ଦେଉଥିବା ଅନେକ ବିଜ୍ଞ ଦର୍ଶକ ବି ମତ ଦେଲେଣି ।
ତେଣୁ କୁନା ତ୍ରିପାଠୀ ଓଟିଭି ଛାଡି ନ୍ୟୁଜ୍ ଓ୍ୱାର୍ଲଡରେ ଯୋଗଦେଲେ କାହାର କେତେ ଲାଭ ହେଉଛି ତାହା ଦେଖିବା କଥା ।