ନାକରୁ ରକ୍ତ ପଡିବାର ଚିକିତ୍ସା ବା ରକ୍ତପିତ୍ତର ଚିକିତ୍ସା
ରକ୍ତଜନିତ ବିକାର, ପେଟ ଗରମ ହେଲେ ନାକରୁ ରକ୍ତ ପଡ଼େ।
ଆୟୁର୍ବେଦ ଚିକିତ୍ସାବିଜ୍ଞାନରେ ଏହା ରକ୍ତପିତ୍ତ ନାମରେ ଜଣାଯାଏ।
ବେଳେବେଳେ ପାଟି, କାନ ବାଟେ ମଧ୍ୟ ରକ୍ତ ପଡ଼ିଥାଏ।
ଏପରି ହେଲେ ଖଟା, ଲୁଣ, ମସଲାମସଲି ଖାଦ୍ୟ ଓ ଗରିଷ୍ଠ ଖାଦ୍ୟ ନ ଖାଇବା ଉଚିତ।
ମୃଦୁପାନୀୟ ପିଇବା ବନ୍ଦ କରିବା ମଧ୍ୟ ଜରୁରୀ।
ବିଶେଷଜ୍ଞଙ୍କ ପରାମର୍ଶରେ ଔଷଧ ସେବନ କଲେ ତୁରନ୍ତ ଉପକାର ମିଳେ।