ବାରାଣସୀ: କାଶୀ ବିଶ୍ୱନାଥ ମନ୍ଦିରରେ ଏଥର ପବିତ୍ର ଶ୍ରାବଣ ମାସରେ ଭକ୍ତଙ୍କୁ ୨୪ ଘଣ୍ଟା ବାବାଙ୍କ ମେଢ ଦେଖିବାକୁ ସୁଯୋଗ ମିଳିବ । ଶ୍ରାବଣ ମାସ ସାରା ଭକ୍ତ ଗର୍ଭଗୃହକୁ ଯାଇପାରିବେ ନାହିଁ । ବାବାଙ୍କୁ ଦୁଗ୍ଧାଭିଷେକ ଓ ଜଳାଭିଷେକ ପ୍ରବେଶ ଦ୍ୱାରରେ କରାଯିବ । ଏହା ପାଇପ ମାଧ୍ୟମରେ ବାବାଙ୍କ ଉପରେ ଚଢ଼ିବ ।
ମନ୍ଦିରରର ଜଣେ ଅଧିକାରୀ ବିଶାଳ ସିଂହ କହିଛନ୍ତି, ସମସ୍ତ ପ୍ରବେଶ ଦ୍ୱାରକୁ ଭିନ୍ନ ଭିନ୍ନ ଭକ୍ତଙ୍କ ପାଇଁ ନିର୍ଦ୍ଧାରଣ କରାଯାଇଛି । କାଶୀର ପରଂପରା ଅନୁସାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁଗମ ଦର୍ଶନ ପାଇଁ କାଶୀ ବିଶ୍ୱନାଥ ମନ୍ଦିରରେ ଶ୍ରାବଣ ମାସରେ ବାବା ଭୋଲାନାଥଙ୍କ ମେଢ ଦର୍ଶନ କରିପାରିବେ ।
ଅଧିକାରୀ କହିଛନ୍ତି, ଶ୍ରଦ୍ଧାଳୁଙ୍କୁ ଶ୍ରାବଣ ମଙ୍କସର ପ୍ରତ୍ୟେକ ସୋମବାର ବାବା ଭୋଲେନାଥ ଏବଂ ମା’ ପାର୍ବତୀ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେବେ । ଶ୍ରାବଣ ମାସରେ ଦେଶର ଚାରିଆଡୁ ଶ୍ରଦ୍ଧାଳୁ ବାବା ବିଶ୍ୱନାଥଙ୍କ ଦର୍ଶନ ପାଇଁ କାଶୀ ଆସିଥାନ୍ତି । ଏଥିରେ କାଉଁରିଆ ମଧ୍ୟ ସାମିଲ ଅଛନ୍ତି ।
Sign in
Sign in
Recover your password.
A password will be e-mailed to you.