ବିଭିନ୍ନ କାରାଗାରରେ ଥିବା କଏଦୀମାନେ ତାଙ୍କ ନିଜ ଆତ୍ମୀୟଙ୍କ ସହ କଥା ହେବା ସହ ସେମାନଙ୍କ ଭଲମନ୍ଦ ବୁଝିବା ପାଇଁ କଏଦୀ ପୋର୍ଟାଲ ସେବା

0 84

କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଚାରାଧୀନ କଏଦୀଙ୍କ ପାଇଁ ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି । ଦେଶର ବିଭିନ୍ନ କାରାଗାରରେ ଥିବା କଏଦୀମାନେ ତାଙ୍କ ନିଜ ଆତ୍ମୀୟଙ୍କ ସହ କଥା ହେବା ସହ ସେମାନଙ୍କ ଭଲମନ୍ଦ ବୁଝିବା ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି ।


ଏନ୍‌.ପି.ଆଇ.ପି. ଜାତୀୟ ବିଚାରାଧୀନ କଏଦୀ ପୋର୍ଟାଲ ସେବା ଜରିଆରେ ଏହି ସେବା ଯୋଗାଇ ଦିଆଯାଇଛି । ସପ୍ତାହର ଦୁଇ ଦିନ ଏହି ସେବା ଯୋଗାଇ ଦିଆଯିବ । ମାଲକାନଗିରିରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ଓଡିଶାର ସର୍ବାଧିକ ମାଲକାନଗିରି ଜିଲ୍ଲା ଉପକାରାଗାରରେ ଥିବା କଏଦୀଙ୍କୁ ଭେଟିବା ପାଇଁ ଏହି ପୋର୍ଟାଲ୍‌ ଜରିଆରେ ଆବେଦନ କରାଯାଇଛି ।

Leave A Reply