ମୁମ୍ବାଇ: ମହାରାଷ୍ଟ୍ରର ୧୦ ହଜାର ସ୍କୁଲ- କଲେଜର କ୍ୟାଣ୍ଟିନରୁ ଏବେ ଧିରେ ଧିରେ ଜଙ୍କ ଫୁଡ ଶେଷ ହୋଇଯିବ । ‘ମହାରାଷ୍ଟ୍ର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେଶନ ସ୍କୁଲ-କଲେଜର କ୍ୟାଣ୍ଟିନ ପାଇଁ ଗାଇଡଲାଇନ୍ସ ଜାରି କରିବା ପରେ ଏହାକୁ ଲାଗୁ କରିବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରିଛି, ଯାହାର ଉଦ୍ଦେଶ୍ୟ ସୁସ୍ଥ ଖାଦ୍ୟକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା । ପିଲାମାନଙ୍କ ଠାରେ ମୋଟାପା, ଦାନ୍ତ ରୋଗ ଓ ମଧୁମେହ ପରି ରୋଗ ବଢୁଥିବା ପରିମାଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଏଫଡିଏ ସାରା ରାଜ୍ୟର ୧୦ ହଜାର ସ୍କୁଲ-କଲେଜରୁ ଜଙ୍କ ଫୁଡ ବାହାର କରି ସୁସ୍ଥ ଖାଦ୍ୟ ସାମିଲ କରିବାର ଗାଇଡଲାଇନ୍ସ ଜାରି କରିବା ପରେ ଏବେ ସୁସ୍ଥ ଖାଦ୍ୟକୁ ନେଇ ସଚେତନା ଅଭିଯାନ ମଧ୍ୟ ଆରମ୍ଭ କରିଦେଇଛନ୍ତି ।
ବର୍ଷର ଶେଷ ପର୍ଯ୍ୟନ୍ତ ସାରା ରାଜ୍ୟରେ ପିଲାମାନଙ୍କର କ୍ୟାଣ୍ଟିନରେ ସୁସ୍ଥ ଖାଦ୍ୟକୁ ନେଇ ଅଭିଯାନ କରାଯିବ । ମହାରାଷ୍ଟ୍ର ଏଫଡିଏ ସ୍କୁଲ-କଲେଜମାନଙ୍କର କ୍ୟାଣ୍ଟିନର ସୂଚୀ ବଦଳାଇବା ପାଇଁ କହିଛନ୍ତି ଓ ସ୍କୁଲ ମାନଙ୍କର ସୂଚୀରୁ ଜଙ୍କ ଫୁଡ ବାହାର କରିବା ପାଇଁ କହିଛନ୍ତି । ସାରା ଦେଶରେ ଏହି ପ୍ରକାର ଗାଇଡଲାଇନ୍ସ ଜାରି କରିଥିବା ମହାରାଷ୍ଟ୍ର ପ୍ରଥମ ରାଜ୍ୟ ଅଟେ ଓ ରାଜ୍ୟ ସରକାରଙ୍କ ସବୁ ସ୍କୁଲ-କଲେଜରେ ଖାଦ୍ୟ ପରୀକ୍ଷା ଲ୍ୟାବ ମଧ୍ୟ ସ୍ଥାପନ କରିବାର ଯୋଜନା ରହିଛି । ଜଙ୍କ ଫୁଡରେ ହାଇ ଫେଟ, ହାଇ ସୁଗର, ହାଇ ସଲ୍ଟ ଖାଦ୍ୟରୁ ପିଲାମାନଙ୍କ ଠାରେ ରୋଗର ଲକ୍ଷଣ ବଢୁଛି । ଏଥିପାଇଁ ସ୍କୁଲର କ୍ୟାଣ୍ଟିନର ସୂଚୀ ବଦଳାଇବା ପାଇଁ କହିଛନ୍ତି ଓ ଏଫଡିଏର ଗାଇଡଲାଇନ୍ସ ଅନୁସାରେ ପ୍ରୋଟିନ ଯୁକ୍ତ ଖାଦ୍ୟକୁ ସାମିଲ କରାଯିବ ।
କ୍ୟାଣ୍ଟିନର ସୂଚୀରୁ ଚିପ୍ସ, ନ୍ୟୁଡଲ୍ସ, କାର୍ବୋନେଟେଡ ସାପ୍ଟ ଡ୍ରିଙ୍କ, ପିଜ୍ଜା, ବର୍ଗର, କେକ, ବିସ୍କୁଟ, ବନ, ପେଷ୍ଟ୍ରିଜକୁ ଅଲଗାଇ ସ୍କୁଲରେ ସୁଷମ ଖାଦ୍ୟକୁ ସାମିଲ କରାଯିବାକୁ କୁହାଯାଇଛି । ଏଥିରେ ଗହମର ରୋଟି, ପରଟା, ମଲ୍ଟି ଗ୍ରେନ ଚପାତି, ଚାଉଳର କ୍ଷୀରି, ଦହି, ଲସି, ଭେଜ ସାଣ୍ଡୱିଚ, ଖିଚିଡି, ନଡିଆ ପାଣି ପରି ଜିନିଷକୁ ସାମିଲ କରିବା ପାଇଁ କୁହାଯାଇଛି । ଏହା ବ୍ୟତୀତ ସ୍କୁଲମାନଙ୍କର କ୍ୟାଣ୍ଟିନକୁ ସଫା-ସୁତୁରା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ହାଇଜିନ ସହିତ ଜଡିତ ଚେକେିଙ୍ଗ ମଧ୍ୟ ଏଫଡିଏ କରିବ ।