ଆସନ୍ତା ନଭେମ୍ବର ୨୪ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଏଫଆଇଏଚ୍ ଓଡ଼ିଶା ପୁରୁଷ ହକି ଜୁନିଅର ବିଶ୍ୱକପ୍ ବିନା ଦର୍ଶକରେ ଅନୁଷ୍ଠିତ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖେଳାଳି ଏବଂ ପ୍ରଶଂସକଙ୍କ ସୁରକ୍ଷା ପାଇଁ ସାମାଜିକ ଦୂରତା ଓ କୋଭିଡ୍ ପ୍ରୋଟୋକଲ ମାଧ୍ୟମରେ ଏହି ମ୍ୟାଚ ଖେଳାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରଶଂସକମାନେ
ସମସ୍ତ ମ୍ୟାଚର ଲାଇଭ୍ ପ୍ରସାରଣକୁ ଟିଭି ଓ ମୋବାଇଲ ଦ୍ୱାରା ଦେଖିପାରିବେ ।