ଜେଇଇ ମେନ୍ ପରୀକ୍ଷା ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ର ପ୍ରଥମ ପର୍ଯ୍ୟାୟ ଆସନ୍ତା ଫେବୃୟାରୀ ୨୩ରୁ ୨୬ ତାରିଖ ଯାଏଁ ଅନୁଷ୍ଠିତ ହେବ । କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ୨୦୨୧ ଶିକ୍ଷାବର୍ଷ ନିମନ୍ତେ ଫେବୃୟାରୀ, ମାର୍ଚ୍ଚ, ଏପ୍ରିଲ ଏବଂ ମେ’ ମାସ ୪ଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।
ପ୍ରଥମଥର ପାଇଁ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ଏହି ପରୀକ୍ଷା ଦେଇପାରିବେ । ଏଥିସହ ଅନ୍ୟାନ୍ୟ କେତେକ ଆଞ୍ଚଳିକ ଭାଷା ସମେତ ହିନ୍ଦୀ, ଇଂରାଜୀ ଭାଷାରେ ମଧ୍ୟ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଶ୍ରୀ ନିଶଙ୍କ କହିଛନ୍ତି ।