ଗୁରୁବାରଠାରୁ ପ୍ରତ୍ୟହ ଶ୍ରୀମନ୍ଦିର ଦ୍ୱାର ଭୋର୍‌ ସାଢେ ୪ଟାରେ ଖୋଲିବାକୁ ନିଷ୍ପତ୍ତି

0 93

ଗୁରୁବାର ଠାରୁ ପ୍ରତ୍ୟହ ଶ୍ରୀମନ୍ଦିର ଦ୍ୱାର ପୂର୍ବାହ୍ନ ସାଢେ ୪ଟାରେ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ଶ୍ରୀମନ୍ଦିର ନୀତି ସବକମିଟି ବୈଠକରେ ଏହା ସ୍ଥିର ହୋଇଛି । ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି ପରିଚାଳନା ସମ୍ପର୍କରେ ଆଲୋଚନା ହୋଇଥିଲା ।

ପର୍ବପର୍ବାଣୀ ଦିନ ବ୍ୟତୀତ ସାଧାରଣ ଦିନର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ପୂର୍ବାହ୍ନ ସାଢେ ୪ଟାରେ ମନ୍ଦିର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ମଇଲମ, ଅବକାଶ ଓ ତଡପଲାଗି କରାଯିବାକୁ ସ୍ଥିର ହୋଇଛି । ସେହିପରି ଦିନ ୧୨ଟାରୁ ଗୋଟାଏ ମଧ୍ୟରେ ଭୋଗମଣ୍ଡପ ନୀତି ସମ୍ପନ୍ନ ହୋଇପାରିଲେ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ଠିକ ସମୟରେ ମହାପ୍ରସାଦ ପାଇପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନର ଜନୈକ ଅଧିକାରୀ କହିଛନ୍ତି ।


ସାଧାରଣ ଦିନମାନଙ୍କରେ ନୀତିନିର୍ଘଣ୍ଟ ଖୁବ୍‍ ଶୀଘ୍ର ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।

Leave A Reply