ଆଡପମଣ୍ଡପରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ । ପାରମ୍ପରିକ ରୀତିନୀତି ଅନୁଯାୟୀ ହେରାପଞ୍ଚମୀ ନୀତି
ପୂର୍ବ ଦିନ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି କରାଯିବାର ବିଧି ରହିଛି । ଏଥିପାଇଁ ଠାକୁରଙ୍କ ସର୍ବସାଧାରଣ ଦର୍ଶନ ସନ୍ଧ୍ୟା ୭ଟାରୁ ରାତି ୧୧ଟା
ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ବନ୍ଦ । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ମଧ୍ୟାହ୍ନ ଧୂପ ଓ ପଛଭୋଗ ମଣ୍ଡପ ନୀତି ହେବା ପରେ ବନକଲାଗି ନୀତି ଆରମ୍ଭ ।
ଭୋଗ ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଗର୍ଭଗୃହକୁ ପ୍ରବେଶ । ପରେ ଆଡ଼ପ ମଣ୍ଡପକୁ ଉଠି ନୀତି ସମ୍ପାଦନ ।
ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥଗୁଡିକୁ କଡ଼ା ସୁରକ୍ଷା
ମଧ୍ୟରେ ରଖାଯାଇଛି । ଆସନ୍ତା ୯ ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ ।
#puri #jagannath #rathayatra
Comments are closed, but trackbacks and pingbacks are open.