ରାଜ୍ୟରେ ଗୋଟିଏ ଦିନରେ ୨୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୪୩ ଏବଂ ସ୍ଥାନୀୟ ଅଞ୍ଚଳରୁ
୧୦୨ ଜଣ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ବୟସ ମଧ୍ୟରେ ୪୧ ଜଣ ଅଛନ୍ତି । ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୦ ହଜାର ୭୮୩ରେ ପହଞ୍ଚିଛି ।
ଅନ୍ୟପକ୍ଷରେ ଆଉ ୧୨୯ ଜଣ ସୁସ୍ଥ ହେବା ପରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୨୪୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ୧ ହଜାର ୩୬୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।
ଦେଶରେ ଏପର୍ଯ୍ୟନ୍ତ ୧୯୭ କୋଟି ୯୭ ଲକ୍ଷରୁ ଊଦ୍ଧ୍ୱର୍ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ୧୦ ଲକ୍ଷରୁ ଊଦ୍ଧ୍ୱର୍ ଡୋଜ୍ ଟିକା ଦିଆଯାଇଥିବା ଜଣାପଡିଛି । ସେହିଭଳି ରାଜ୍ୟରେ ଏପର୍ଯ୍ୟନ୍ତ ୬ କୋଟି ୮୫ ଲକ୍ଷ ୨୬ ହଜାର ୫୫୮ ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ୩ କୋଟି ୪୮ ଲକ୍ଷ ୮୯ ହଜାର ୨୩୨ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୩ କୋଟି ୧୯ ଲକ୍ଷ ୩୧ ହଜାର ୯୨୩ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।
Comments are closed, but trackbacks and pingbacks are open.