ଭାରତୀୟ ଗୃହିଣୀ: ୨୦୨୦ର ଅପରିିଚିତ ମନି ମ୍ୟାନେଜର
ଭୁବନେଶ୍ୱର: କୋଭିଡ୍-୧୯ ମହାମାରୀ ଅନେକ ପରିବାର ଓ ଘରଗୁଡିକ ପାଇଁ କଷ୍ଟକର ଥିଲା । ଇଟାଲିର ବିଶ୍ୱସ୍ତରୀୟ ବୀମା ଓ ସଂପତି ପରିଚାଳନା କଂପାନି ଜେନେରାଲି ତରଫରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛିଯେ ଭାରତର ପ୍ରାୟ ୮୦ ପ୍ରତିଶତ କର୍ମଜୀବୀ ଶ୍ରେଣୀର ଲୋକଙ୍କର ମହାମାରୀ ସମୟରେ ଆୟ ହ୍ରାସ ପାଇଛି ଏବଂ ସେମାନଙ୍କ ମଧ୍ୟରୁ ୯୦ଧ ଭବିଷ୍ୟତରେ ଅଧିକ ଆହ୍ୱାନପୂର୍ଣ୍ଣ ସମୟ ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଷ୍ଟେପ୍ ଓ କେପିଏମ୍ଜି ତରଫରୁ ପ୍ରସ୍ତୁତ ୨୦୧୯ ଗ୍ଲୋବାଲ୍ ଫାମିଲି ବିଜନେସ୍ ସର୍ଭେରୁ ଜଣାପଡ଼ିଛି ଯେ ବିଶ୍ୱର ୧୮ଧ ପରିବାର ବ୍ୟବସାୟର ନେତୃତ୍ୱ ନେଉଛନ୍ତି ମହିଳା । ଏହା କୁହାଯାଇଛି ଯେ ପାରମ୍ପରିକ ଭାବେ ମହିଳାମାନେ ପରିବାରକୁ ସମୃଦ୍ଧ କରିବା ଏବଂ ପରିଚାଳନା କରିବାର ଦାୟିତ୍ୱ ନିର୍ବାହ କରୁଛନ୍ତି ଯାହା ସେମାନଙ୍କୁ ସ୍ୱତନ୍ତ୍ର ଦକ୍ଷତା ସହିତ ସାମଗ୍ରିକ ନେତୃତ୍ୱ ନେବାରେ ସହାୟକ ହୋଇଛି । କୋଭିଡ୍-୧୯ ମହମାରୀ ସମୟରେ ମହିଳାମାନେ ଆହୁରି ଆଗକୁ ବଢ଼ିବାକୁ ନିଷ୍ପତି ନେଇଛନ୍ତି ଏବଂ ଏହି ଆହ୍ୱାନପୂର୍ଣ୍ଣ ସମୟରେ ପରିବାରକୁ ଆର୍ଥିକ ସ୍ତରରେ ସାହାଯ୍ୟ କରିବା ଲାଗି ଆୟ କରିବା ଏବଂ ନିଜ ଘରୁ ନୂତନ ବ୍ୟବସାୟ ଆରମ୍ଭ କରିବା ଲାଗି ନୂଆ ପଥ ସନ୍ଧାନ କରିଛନ୍ତି ।
ଯଦି ଆପଣ ମାସିକ ସଂଚୟ କରିବାକୁ ଚାହୁଛନ୍ତି ଏବଂ ସ୍ୱତନ୍ତ୍ର ଆବଶ୍ୟକତା ପାଇଁ ବଜେଟ୍ ଆବଂଟନ କରିବାକୁ ଚାହାନ୍ତି ତେବେ ଗୃହିଣୀମାନେ ହେଉଛନ୍ତି ଶ୍ରେଷ୍ଠ ଆମ୍ବାସାଡର୍ । ବିଗତ ଛଅ ମାସରେ ଭାରତରେ ନିୟମିତ ଯୋଗାଣ ପ୍ରଭାବିତ ହୋଇଛି, ନିଯୁକ୍ତି ହାନି ବଢ଼ିଛି ଏବଂ ଜୀବନଜୀବିକା ଖର୍ଚ ଆକାଶଛୁଆଁ ହୋଇଛି । ଏଭଳି ଏକ ସମୟରେ ଗୃହିଣୀମାନେ କିଛି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଉପାଦାନରେ ମନୋନିବେଶ କରି ଏହି ପ୍ରତିବନ୍ଧକ ଠାରୁ ଆଗକୁ ବଢ଼ିଛନ୍ତି ।
ଦୀର୍ଘମିଆଦୀ ଲକ୍ଷ୍ୟକୁ ନଜରରେ ରଖି ଅନେକ ଲୋକ ନିଜର ଜୀବନର ଜମା ପୁଂଜିକୁ ଫିକ୍ସଡ୍ ଡିପୋଜିଟ୍ରେ ଜମା ରଖୁଛନ୍ତି, ବିଶେଷ କରି ଯାହା ସଦ୍ୟତମ ଅନଲାଇନ୍ ନିଓ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମ ପ୍ରଦାନ କରୁଛି । ସେଥିରୁ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଗ୍ୟାରେଂଟି ରିଟର୍ଣ୍ଣ ଯାହା ଏହି ଉତ୍ପାଦଗୁଡ଼ିକ ପ୍ରଦାନ କରୁଛି । ପୁନଶ୍ଚ, ମହିଳାମାନେ ଏଭଳି ଏଫ୍ଡିରେ ଟଙ୍କା ରଖନ୍ତି ଯାହା ନମନିୟତା ପ୍ରଦାନ କରେ ଯେଉଁଥିରେ ମାଚ୍ୟୁରିଟି ପୂର୍ବରୁ ଟଙ୍କା ଉଠାଇ ହୁଏ । ଏହା ଲାଭଦାୟକ ସାବ୍ୟସ୍ତ ହୋଇଥାଏ କାରଣ ପରିବାରରେ ଆର୍ଥିକ ସଙ୍କଟ ସମୟରେ ନଗଦ ପ୍ରବାହକୁ ସହଜ କରିବାର ସୁବିଧା ଏହା ପ୍ରଦାନ କରୁଛି ।
ନିଜ ସଂପତିର ପରିମାଣ ବଢ଼ାଇବା ଲାଗି ଲକ୍ଡାଉନ୍ ପୂର୍ବରୁ ଅନେକ ଗୃହିଣୀ ମ୍ୟୁଚ୍ରୁଆଲ୍ ଫଣ୍ଡ୍ର ଲୋଭନୀୟ ଅଫରକୁ ଗ୍ରହଣ କରିଥିଲେ । ପ୍ରଥମ ୬ ମାସରେ ବଜାର ମନ୍ଥର ଅଭିବୃଦ୍ଧିର ଅନୁଭୂତି ଦେଖିଥିବା ବେଳେ ଅର୍ଥନୀତିିରେ ସୁଧାର ହେବା ପରେ ବଜାରରେ ମାନସିକତା ଦୃଢ଼ ହେବାରେ ଲାଗିଛି ଫଳରେ ପୋର୍ଟଫୋଲିଓ ଲାଭଦାୟକ ହୋଇଛି । ସିଷ୍ଟମେଟିକ୍ ଇନଭେଷ୍ଟମେଂଟ୍ ପ୍ଲାନ୍ (ଏସ୍ଆଇପି) ଜରିଆରେ ଟଙ୍କା ଆବଂଟନ କରିବାର ସହଜତାକୁ ଭଲ ଭାବେ ବୁଝିପାରିବା ଏବଂ ସଠିକ୍ ପ୍ଲାଟଫର୍ମକୁ ଚୟନ କରିବା ଯାହା ପ୍ରତିଟି ସୁବିଧାକୁ ନିଶ୍ଚିତ କରୁଥିବା ବେଳେ ସମ୍ପୂର୍ଣ୍ଣ କାଗଜବିହୀନ ପ୍ରକ୍ରିୟା ରହୁଛି ଏହା ଗୃହିଣୀମାନଙ୍କୁ ଘରର କ୍ୟାସ୍ ମ୍ୟାନେଜର୍ରେ ପରିଣତ କରିଛି ।
ଯେଭଳି ଆମେ ସମସ୍ତେ ଜାଣିଛନ୍ତି ଯେ ମହିଳାମାନେ ହେଉଛନ୍ତି ଚତୁରତମ ସୁନା-ନିବେଶକ । କମ୍-ବିପଦ ଓ ଅଧିକ ରିଟର୍ଣ୍ଣ ଦେଉଥିବା ଏହି ନିବେଶ ପୋର୍ଟଫୋଲିଓ ବଜାରରେ ଅସ୍ଥିରତା ସମୟରେ ଦ୍ରୁତ ଓ ସୁରକ୍ଷିତ ଉପାୟ ପ୍ରଦାନ କରିଥାଏ । ଅନ୍ଲାଇନ୍ରେ ନିବେଶ ବିକଳ୍ପକୁ ଗୃହିଣୀମାନେ ଚୟନ କରିଥାନ୍ତି କାରଣ ତାହା ସୁବିଧାଜନକ ଓ ଯେହେତୁ ମହିଳାମାନେ ଅଧିକ କାମରେ ବ୍ୟସ୍ତ ରୁହନ୍ତି ସେଥିପାଇଁ ଏହା ସେମାନଙ୍କ ପାଇଁ ଅଧିକ ସୁବିଧାଜନକ ହୋଇଥାଏ ।
ମହିଳାମାନଙ୍କ ପୋର୍ଟଫୋଲିଓ ସଂକ୍ରାନ୍ତରେ ୱାର୍ୱିକ୍ ବିଜ୍ନେସ୍ ସ୍କୁଲ୍ର ଗବେଷଣାରୁ ଜଣାପଡ଼ିଛି ଯେ ମହିଳାମାନେ ପୁରୁଷମାନଙ୍କ ଠାରୁ ୧.୮ ପଏଂଟ୍ ପ୍ରତିଶତରେ ଆଗୁଆ ରହିଛନ୍ତି । ମହିଳଳାମାନଙ୍କ ବୁଦ୍ଧିମତା ଏବଂ କୌଶଳର ମିଶ୍ରଣକୁ ଏଫ୍ଡି, ଏମ୍ଏଫ୍ ଓ ସୁନାରେ ଡିଜିଟାଲ୍ରେ ସୁବିଧାରେ ଉପଲବ୍ଧ ହେଉଥିବା ଆପ୍ ଜରିଆରେ ନିବେଶ ବିକଳ୍ପ ଚୟନ କରିବାରେ ବ୍ୟବହାର କରି ବିକାଶର ପ୍ରତିଶ୍ରୁତି ପଥ ପ୍ରଦାନ କରାଯାଉଛି ।
ସିଦ୍ଧାର୍ଥ ମେହତା
ସିଇଓ, ଫ୍ରିଚାର୍ଜ