କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । ଦେଶରେ ମୋଟ୍ ୧୧୯ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବାକୁ ଥିବା ବେଳେ ଓଡ଼ିଶାର ୬ଜଣ ବିଶିଷ୍ଟ ବ୍ୟକ୍ତି ପଦ୍ମ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ।
ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ଦେବା ପାଇଁ ମନୋନୀତ କରାଯାଇଥିବା ବେଳେ ସାହିତ୍ୟ ଓ ଶିକ୍ଷା ପାଇଁ ରଜତ କୁମାର କର ଓ ନନ୍ଦ ପୃଷ୍ଟି, ସମାଜ ସେବା ପାଇଁ ଶାନ୍ତି ଦେବୀ, କଳା ପାଇଁ ପୂର୍ଣ୍ଣମାସୀ ଯାନୀ, ଚିକିତ୍ସା ପାଇଁ ଡାକ୍ତର କୃଷ୍ଣ ମହନ ପାଠୀ ପାଇବେ ପଦ୍ମଶ୍ରୀ ପୁରସ୍କାର ।
ଜାତୀୟ ସ୍ତରରେ ଓଡ଼ିଶାର ଏହି ପ୍ରତିଭାଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଏଇ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବା ପାଇଁ ମନୋନୀତ କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଏଇ ଅନନ୍ୟ ବ୍ୟକ୍ତିମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ତୃଣମୂଳ ସ୍ତରରେ ସାମିଜିକ ପ୍ରତିଭାଙ୍କ ଏହି ଅଦ୍ଭୁତପୂର୍ବ କାହାଣୀ ସମାଜକୁ ସଠିକ୍ ପ୍ରେରଣା ଦେବ ।