ଆମେରିକାରେ ପାଳନ କରାଯିବ ଭାରତୀୟ ପର୍ବ – ସେଠାକାରେ ସଂସଦରେ ଆଗତ ହେଲା ବିଲ୍‌

157

ଆମେରିକାରେ ଦୀପାବଳିକୁ ଏକ ଛୁଟି ଦିବସ ଭାବେ ଘୋଷଣା କରିବା ପାଇଁ ଆମେରିକାର ଜଣେ ପ୍ରମୁଖ ସାଂସଦ ଗ୍ରେସ୍‍ ମେଙ୍ଗ୍‍ ଗତକାଲି ଆମେରିକା କଂଗ୍ରେସରେ ଏକ ବିଲ୍‍ ଆଗତ କରିଛନ୍ତି । ଏହି ନିଷ୍ପତ୍ତିକୁ ଆମେରିକାର ବିଭିନ୍ନ ସଂପ୍ରଦାୟ ବ୍ୟାପକ ସମର୍ଥନ ଜଣାଇଛନ୍ତି । ମେଙ୍ଗ୍‍ ଏକ ଆନୁଷ୍ଠାନିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦୀପାବଳି ବର୍ଷର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଦିନ । କୁଇନ୍ସ, ନିଉୟର୍କ ଓ ଅନ୍ୟାନ୍ୟ ସ୍ଥାନର ବହୁ ପରିବାର ଦୀପାବଳି ପାଳନ କରୁଛନ୍ତି ।

ଏହି ବିଲ୍‍ ଆଇନରେ ପରିଣତ ହେଲେ ଏହା ଆମେରିକାର ଦ୍ୱାଦଶ ଉତ୍ସବ ହେବ, ଯାହା ସମଗ୍ର ଆମେରିକାରେ ସ୍ୱୀକୃତି ଲାଭ କରିବ । କିଛିଦିନ ପୂର୍ବେ ପେନ୍‍ସିଲ୍‍ବାନିଆ ପ୍ରଦେଶ ସିନେଟ୍‍ ଦୀପାବଳିକୁ ଏକ ଛୁଟିଦିନ ଭାବେ ସ୍ୱୀକୃତି ପ୍ରଦାନ କରି ବିଲ୍‍ ପାସ୍‍ କରିଥିଲା ।

Comments are closed, but trackbacks and pingbacks are open.