ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାତ୍ର ଗାନ୍ଧିନଗରଠାରେ ଭାରତର ପ୍ରଥମ ଆନ୍ତର୍ଜାତିକ ବୁଲିୟନ୍ ଏକ୍ସଚେଞ୍ଜ୍ର ଶୁଭାରମ୍ଭ କରିଛନ୍ତି । ଗୁଜୁରାତ୍ ଇଣ୍ଟରନ୍ୟାସନାଲ୍ ଫାଇନାନ୍ସ ଟେକ୍ ସିଟିଠାରେ ଏହାକୁ ସ୍ଥାପନ କରାଯାଇଥିଲା । ସେ ମଧ୍ୟ NSE IFSC-SGX C ଶୁଭାରମ୍ଭ
କରିଛନ୍ତି ଓ ଆନ୍ତର୍ଜାତିକ ଆର୍ଥିକ ସେବା କେନ୍ଦ୍ର IFSCA କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହି ଅବସରରେ ଉଦ୍ବୋଦନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି IFSCA ନବୀକରଣକୁ ପ୍ରୋତ୍ସାହିତ କରିବା ସହ ଅଭିବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିବ । ସେ କହିଛନ୍ତି, ବର୍ତ୍ତମାନ ଆର୍ଥିକ ବ୍ୟବସ୍ଥା ସହ ବୈଷୟିକ ଜ୍ଞାନକୁ ସଂଯୋଗ କରାଯାଇଛି ଓ ଭାରତ ବୈଷିୟକ ଜ୍ଞାନ, ବିଜ୍ଞାନ ଓ ସଫ୍ଟୱେର୍ କ୍ଷେତ୍ରରେ ଅଭିଜ୍ଞତା ହାସଲ କରିବା ସହ ଅଗ୍ରଣୀ ସ୍ଥାନ ଅଧିକାର କରିଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ଆର୍ଥିକ ବ୍ୟବସ୍ଥାକୁ ଢାଞ୍ଚା ଯୋଗାଉଥିବା ଆମେରିକା, ବ୍ରିଟେନ୍ ଓ ସିଙ୍ଗାପୁର ଭଳି ଦେଶଗୁଡ଼ିକ ସହ ଭାରତ ମଧ୍ୟ ସାମିଲ୍ ହୋଇଛି । ଫିନ୍ଟେକ୍ର ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୦୮ ମସିହାରେ ବିଶ୍ୱ ଅର୍ଥନୈତିକ ମନ୍ଥରତା ଓ ଭାରତରେ ନୀତି ନିର୍ଦ୍ଧାରଣରେ ଅଚଳାବସ୍ଥା ଥିବାବେଳେ ଗୁଜୁରାତ୍ ଫିନ୍ଟେକ୍ କ୍ଷେତ୍ରରେ ଅଭିନବ ତଥା ବୃହତ୍ ପଦକ୍ଷେପମାନ ଗ୍ରହଣ କରିଥିଲା । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କାର୍ଯ୍ୟକ୍ରମମେର ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.