ଶ୍ରୀମତି ମୁର୍ମୁଙ୍କୁ ଶୁଭେଚ୍ଛାର ସୁଅ – ଜାଣନ୍ତୁ କିଏ କହିଛନ୍ତି କଅଣ
ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ମନ୍ତ୍ରୀଗଣ ଓ ମୁଖ୍ୟମନ୍ତ୍ରୀ ମାନେ ଅଭିନନ୍ଦନ ଜଣାଇଛନ୍ତି । ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଟ୍ୱିଟ୍ କରି କହିଛନ୍ତି, ସାର୍ବଜନୀନ ଜୀବନ, ଆତ୍ମା, ନିଶ୍ୱାର୍ଥ ସେବା ଓ ଲୋକମାନଙ୍କର ସମସ୍ୟା ବୁଝିବାରେ ତାଙ୍କର ସମର୍ଥ ଯୋଗୁଁ ଦେଶ ଅନେକ ମାତ୍ରାରେ ଉପକୃତ ହୋଇପାରିବ । କାର୍ଯ୍ୟକାଳରେ ସେ ସଫଳତା ହାସଲ କରନ୍ତୁ ବୋଲି ଶ୍ରୀ ନାଇଡୁ କାମନା କରିଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲା,ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଶ୍ରୀମତୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ହରିଚନ୍ଦନ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାର ଶ୍ରୀମତୀ ମୁର୍ମୁଙ୍କୁ ସେ ବହୁଦିନ ହେଲା ଜାଣନ୍ତି ।
ଜନଜାତି ସମ୍ପ୍ରଦାୟର କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବା କ୍ଷେତ୍ରରେ ତାଙ୍କ ଅବଦାନ ଦେଶସେବା ପାଇଁ ଅନେକ ମାତ୍ରାରେ ସହାୟତା କରିବ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ବୈଦେଶୀକ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡ଼ନବିଶ ପ୍ରମୁଖ ବିଶିଷ୍ଟ ନେତାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିରୋଧୀ ପକ୍ଷ ପ୍ରାର୍ଥୀ ଯଶୱନ୍ତ ସିହ୍ନା ମଧ୍ୟ ଶ୍ରୀମତୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ଭୟ ଓ ପକ୍ଷପାତ ବିହୀନ ଭାବେ ସେ ସମ୍ବିଧାନକୁ ସୁରକ୍ଷା ପ୍ରଦାନ
କରିବେ ବୋଲି ତାଙ୍କର ବିଶ୍ୱାସ ରହିଛି ।
Comments are closed, but trackbacks and pingbacks are open.