ଦୁଇଟି ଆସନରୁ ନିର୍ବାଚନ ଲଢିବେ ହେମନ୍ତ ସୋରେନ୍‌

0 2,071

ରାଞ୍ଚି – କଂଗ୍ରେସ ଓ ଜେଏମ୍‌ଏମ୍‌ ସହ ଆର୍‌ଜେଡି ମିଳିତ ଭାବେ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ କରିଛନ୍ତି । ହେମନ୍ତ ସୋରେନ୍‌ ଏହାର ନେତୃତ୍ୱ ନେଉଛନ୍ତି । ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି ।

ଶୁକ୍ରବାରରେ ଜେଏମ୍‌ଏମ୍‌ ୧୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ହେମନ୍ତ ସୋରେନ୍‌ ୨ଟି ଆସନରୁ ପ୍ରାର୍ଥୀ ହେବେ । ସେ ଏବେ ବାରହେଟ୍‌ରୁ ବିଧାୟକ ଅଛନ୍ତି । ଚଳିତ ଥର ଡୁମକା ଓ ବାରହେଟ୍‌ରୁ ପ୍ରାର୍ଥୀ ହେବେ ।s

ଆସନ୍ତା ଝାରଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ ଓ ଜେଏମ୍‌ଏମ୍ ମେଣ୍ଟ କରିଛନ୍ତି । ଏଥିପାଇଁ ଜେଏମ୍‌ଏମ୍‌ଏମ୍‌ ଓ କଂଗ୍ରେସ ସହ ବୁଝାମଣା ହୋଇଛି । ଜେଏମ୍‌ଏମ୍‌ ଅଧିକ ଆସନରେ ନିଜ ପ୍ରାର୍ଥୀ ଦେବ । ଜେଏମ୍‌ଏମ୍‌ର ହେମନ୍ତ ସୋରେନ୍‌ଙ୍କୁ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇ ପାରେ ।

ଜେଏମ୍‌ଏମ୍‌ ୪୩ କଂଗ୍ରେସ ୩୧ ଓ ଆର୍‌ଜେଡି ୭ଟି ଆସନରେ ନିର୍ବାଚନ ଲଢିବ। ହେମନ୍ତ ସୋରେନ୍‌ ମେଣ୍ଟର ନେତୃତ୍ୱ ନେବେ ।

ଏବେ ବି ମେଣ୍ଟରେ ଆର୍‌ଜେଡି ଅଧିକ ଆସନ ଦାବି କରୁଛି । ଏଥିପାଇଁ ଲାଲୁଙ୍କର ବଡ ପୁଅ ତେଜସ୍ୱୀ ହେମନ୍ତ ସୋରେନ୍‌ଙ୍କୁ ଭେଟିଛନ୍ତି ।

 

Leave A Reply