ବିଶ୍ୱକୁ ଠକି ଚାଲିଛି  ଉତ୍ତରକୋରିଆ, ଗୋପନରେ ଚାଲୁ ରଖିଛି ଆଣବିକ କାର୍ଯ୍ୟକ୍ରମ

ଓ୍ଵାସିଂଟନ :  ସାରା ବିଶ୍ୱକୁ ଠକି ଚାଲିଛି  ଉତ୍ତରକୋରିଆ । ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଉତ୍ତରକୋରିଆ ଗତ ଜୁନ ମାସରେ ଆମେରିକା ଓ ଦକ୍ଷିଣ କୋରିଆକୁ ପ୍ରତିଶ୍ରୁତି ଦେଇଥିବାସତ୍ତ୍ୱେ ଗୋପନରେ ନିଜର ଆଣବିକ କାର୍ଯ୍ୟକ୍ରମ  ଚାଲୁରଖିଛି । ଏକଥା ଜାଣିବାକୁ ପାଇଛି ଅନ୍ତର୍ଜାତୀୟ…

ବଜାରରେ ଆମାଜନ  ଫାୟାର ଟିଭି ଷ୍ଟିକ୍‌ ୪କେ ଓ  ଆଲେକ୍ସା ଭଏସ୍‌ ରିମୋଟ

ଭୁବନେଶ୍ୱର  : ଦେଶର ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଆମାଜନ୍‌ ପକ୍ଷରୁ ଫାୟାର ଟିଭି ଷ୍ଟିକ୍‌ ୪କେ ଏବଂ ଆଲେକ୍ସା ଭଏସ୍‌ ରିମୋଟ, ଅଲ୍‌ ନିୟୁ କାଇଣ୍ଡଲି ପେପର ହ୍ଵାଇଟ୍‌   ଉପଲବ୍ଧ ହେଉଛି। ଫାୟାର ଟିଭି ଷ୍ଟିକ୍‌ ୪କେର ମୂଲ୍ୟ ୫,୯୯୯ଟଙ୍କା ରହିଛି। ଏଥିରେ ଶକ୍ତିଶାଳୀ ଷ୍ଟ୍ରିମିଂ, ଡୋଲବି ଭିଜନ…

ମାଲ୍ୟାଙ୍କ ରାହୁ ମହାଦଶା, ହରାଇଲେ ଲଣ୍ଡନରେ ଥିବା ତାଙ୍କର ସୁନା ଶୌଚାଳୟ ଥିବା କୋଠା

ନୂଆଦିଲ୍ଲୀ : ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମୟ ଏବେ ଭଲ ଚାଲିନାହିଁ । ବୋଧହୁଏ ରାହୁ ମହାଦଶା ଚାଲିଛି । ଗୋଟିଏ ପଟେ ଭାରତ ସରକାର ତାଙ୍କୁ ଜେଲରେ ଭର୍ତ୍ତି କରିବାକୁ ଅନେଇ ବସିଛନ୍ତି । ଅନ୍ୟପଟେ ସେ କୋର୍ଟରେ ବିଭିନ୍ନ ମାମଲା ହାରି ଚାଲିଛନ୍ତି । ଭାରତରେ ବିଭିନ୍ନ ସମ୍ପତ୍ତି ହାରିବା ପରେ…

ସିଟି ଗ୍ୟାସ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ କାର୍ଯ୍ୟକାରୀ ହେବ

ନୂଆଦିଲ୍ଲୀ : ଆସନ୍ତା ୨-୩ ବର୍ଷ ମଧ୍ୟରେ  ଦେଶର ୪୦୦ ଟି ଜିଲ୍ଲାରେ ସିଟି ଗ୍ୟାସ ବିତରଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ଓ ଏହି ସମୟ ସୁଦ୍ଧା ସିଏନଜି ଷ୍ଟେସନ ସଂଖ୍ୟା ୧୦ ହଜାରରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସିଟି ଗ୍ୟାସ ବିତରଣ ଓ ସିଏନଜି ଦ୍ୱାରା ଦେଶରେ…

ପେଟ୍ରୋଲ, ଡିଜେଲ ଦରରେ ଉଲ୍ଲେଖନୀୟ ହ୍ରାସ, ଭୁବନେଶ୍ୱରରେ ୭୪ ତଳକୁ ଖସିଲା ପେଟ୍ରୋଲ

ନୂଆଦିଲ୍ଲୀ : ଗତ କାଲିର ବିରାମ ପରେ ଆଜି ପେଟ୍ରୋଲ ଓ ଡିଜେଲ ଦରରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ପେଟ୍ରୋଲ ଲିଟର ପିଛା ୪୩ ପଇସା ଓ ଡିଜେଲ ୪୮ ପଇସା ହ୍ରାସ ପାଇଛି । ସରକାରଙ୍କ ଦ୍ୱାରା ୨ ଟଙ୍କା ୫୦ ପଇସା ଉତ୍ପାଦ ଶୁଳକ ହ୍ରାସ ପରେ ଏହା ହେଉଛି ସର୍ବାଧିକ ଏକଦିବସୀୟ ହ୍ରାସ । ଆଜିର ଏହି ହ୍ରାସ…

ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ଓ ଚୀନଙ୍କ ନୂଆ ଚାଲ

ନୂଆଦିଲ୍ଲୀ : ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚୀନ ଓ ପାକିସ୍ତାନ ନୂଆ ଚାଲ ଚଳାଇଛନ୍ତି । ଅତ୍ୟନ୍ତ ଯୋଜନାବଦ୍ଧଭାବେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବାଂଲାଦେଶୀମାନଙ୍କୁ ପ୍ରବେଶ କରାଉଛନ୍ତି । ଅସ୍ଥିରତା ସୃଷ୍ଟି ପାଇଁ ଏହି ଅନୁପ୍ରବେଶ ବୋଲି ସେନାଧ୍ୟକ୍ଷ ଜେନାରାଲ ବିପିନ…

ଲଞ୍ଚ୍‌ ହେଲା ଡୁକାଟିର ୫୨ ଲକ୍ଷ ଟଙ୍କିଆ ସବୁଠୁ ଶକ୍ତିଶାଳୀ ସୁପରବାଇକ

ନୂଆଦିଲ୍ଲୀ : ଏହା ସବୁଠାରୁ ଶକ୍ତିଶାଳୀ ସୁପର ବାଇକ୍‌ । ଡୁକାଟି ଏହାକୁ ଭାରତରେ ଲଞ୍ଚ କରିଛି । ଯୁବ ଗୋଷ୍ଠୀ ଓ ଦାମିକା ବାଇକ୍‌ ସଉକ ରଖୁଥିବା ଲୋକଙ୍କ ପାଇଁ ଏହା ଉଦିଷ୍ଟ । ଇଟାଲୀୟ ସୁପରବାଇକ ବ୍ରାଣ୍ଡ ଡୁକାଟି ନିଜର ସବୁଠୁ ଶକ୍ତିଶାଳୀ ସୁପରବାଇକ ପାନିଗ୍ଲ ଭି-୪ ଆର୍‌କୁ ଭାରତୀୟ ବଜାରରେ…

ଆପଣଙ୍କ ସ୍ମାର୍ଟଫୋନ୍‌ରେ ଯାଞ୍ଚ କରି ପାରିବେ କିଣୁଥିବା କ୍ଷୀର ଭଲ କି ଖରାପ!

ହାଇଦ୍ରାବାଦ. -ଆପଣ ବଜାରରୁ କିଣୁଥିବା କ୍ଷୀର ଅନେକ ସମୟରେ ଅପମିଶ୍ରିତ ହୋଇଥାଏ। କ୍ଷୀର ପରି ଦିଶୁଥିବା ଓ ଏପରି ସ୍ୱାଦ ଥିବା କିଛି ଜିନିଷ ଲାଭ ଆଶାରେ କ୍ଷୀରରେ ମିଶାଇ ଥାଆନ୍ତି । ମାତ୍ର ଏବେ ସ୍ମାର୍ଟ ଫୋନ୍‌ ସାହାଯ୍ୟରେ ଏହାର ଗୁଣବତ୍ତା ଜାଣି ପାରିବେ । ଆଇଆଇଟି ହାଇଦ୍ରାବାଦରେ ଗବେଷଣା…

ଏୟାରସେବା ୨.୦ ଆରମ୍ଭ

ନୂଆଦିଲ୍ଲୀ . - କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଏବଂ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସୋମବାର ଦିଲ୍ଲୀରେ ଏୟାରସେବା ୨.୦ ୱେବ ପୋର୍ଟାଲର ବିକଶିତ ଭର୍ସନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବେସାମରିକ…

ହିମାଳୟ ରାଜ୍ୟ ଆଂଚଳିକ ପରିଷଦ ଗଠିତ

ନୂଆଦିଲ୍ଲୀ . - ଭାରତୀୟ ହିମାଳୟ ଅଂଚଳରେ ନିରନ୍ତର ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ନୀତି ଆୟୋଗ “ହିମାଳ ରାଜ୍ୟ ଆଂଚଳିକ ପରିଷଦ” ଗଠନ କରିଛନ୍ତି । ନିର୍ଦ୍ଦିଷ୍ଟି କ୍ଷେତ୍ରରେ କାର୍ୟ୍ୟଖସଡ଼ା ପ୍ରସ୍ତୁତ କରିବା ଲାଗି ୫ଟି କାର୍ୟ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଥିଲା । ଏହି ଗୋଷ୍ଠୀ…