ଲଞ୍ଚ୍‌ ହେଲା ଡୁକାଟିର ୫୨ ଲକ୍ଷ ଟଙ୍କିଆ ସବୁଠୁ ଶକ୍ତିଶାଳୀ ସୁପରବାଇକ

0 527

ନୂଆଦିଲ୍ଲୀ : ଏହା ସବୁଠାରୁ ଶକ୍ତିଶାଳୀ ସୁପର ବାଇକ୍‌ । ଡୁକାଟି ଏହାକୁ ଭାରତରେ ଲଞ୍ଚ କରିଛି । ଯୁବ ଗୋଷ୍ଠୀ ଓ ଦାମିକା ବାଇକ୍‌ ସଉକ ରଖୁଥିବା ଲୋକଙ୍କ ପାଇଁ ଏହା ଉଦିଷ୍ଟ । ଇଟାଲୀୟ ସୁପରବାଇକ ବ୍ରାଣ୍ଡ ଡୁକାଟି ନିଜର ସବୁଠୁ ଶକ୍ତିଶାଳୀ ସୁପରବାଇକ ପାନିଗ୍ଲ ଭି-୪ ଆର୍‌କୁ ଭାରତୀୟ ବଜାରରେ ଲଞ୍ଚ୍‌ କରିଛି । ଏହାର ମୂଲ୍ୟ ରହିଛି ୫୧.୮ ୭ ଲକ୍ଷ ଟଙ୍କା । ଭାରତରେ ଥିବା ଡୁକାଟି ଡିଲରସିପଗୁଡିକରେ ଏହାର ବୁକିଂ ଆରମ୍ଭ ହୋଇଯାଇଛି । ତେବେ କମ୍ପାନି ମାତ୍ର ୫ରୁ ୬ଟି ପାନିଗ୍ଲ ଭି-୪ ଭାରତକୁ ଆଣିବ । ଯେଉଁମାନେ ନଭେମ୍ବର ୩୦ ପୂର୍ବରୁ ବୁକିଂ କରିଥିବେ ସେମାନେ ଆସନ୍ତା ୨୦୧୯ ମାର୍ଚ୍ଚ ସୁଦ୍ଧା ଡେଲିଭରୀ ପାଇଯିବେ ଓ ଯେଉଁମାନେ ନଭେମ୍ବର ୩୦ ପରେ ବୁକିଂ କରିବେ ସେମାନେ ମାର୍ଚ୍ଚରୁ ଜୁନ ମଧ୍ୟରେ ଡେଲିଭରୀ ପାଇବେ । ଭାରତରେ ପୂର୍ବରୁ ଲଞ୍ଚ ହୋଇଥିବା ପାନିଗ୍ଲ ଭି-୪ର ସଫଳତା ପରେ କମ୍ପାନି ଏହି ନୂଆ ଅପଗ୍ରେଡେଡ ମଡେଲର ସଫଳତା ନେଇ ନିଶ୍ଚିତ ଅଛି ବୋଲି କମ୍ପାନିର ଏମଡି ସର୍ଗି କାନୋଭାସ କହିଛନ୍ତି । ନୂଆ ପାନିଗ୍ଲ ଭି-୪ ଆର ଏକ ୧୧୦୩ ସିସି ୯୦ ଡିଗ୍ରୀ ଭି-୪ ଇଂଜିନ ସହ ଆସୁଛି ।

Leave A Reply