ବଜାରରେ ଆମାଜନ ଫାୟାର ଟିଭି ଷ୍ଟିକ୍ ୪କେ ଓ ଆଲେକ୍ସା ଭଏସ୍ ରିମୋଟ
ଭୁବନେଶ୍ୱର : ଦେଶର ଅଗ୍ରଣୀ ଅନଲାଇନ୍ ସଂସ୍ଥା ଆମାଜନ୍ ପକ୍ଷରୁ ଫାୟାର ଟିଭି ଷ୍ଟିକ୍ ୪କେ ଏବଂ ଆଲେକ୍ସା ଭଏସ୍ ରିମୋଟ, ଅଲ୍ ନିୟୁ କାଇଣ୍ଡଲି ପେପର ହ୍ଵାଇଟ୍ ଉପଲବ୍ଧ ହେଉଛି। ଫାୟାର ଟିଭି ଷ୍ଟିକ୍ ୪କେର ମୂଲ୍ୟ ୫,୯୯୯ଟଙ୍କା ରହିଛି। ଏଥିରେ ଶକ୍ତିଶାଳୀ ଷ୍ଟ୍ରିମିଂ, ଡୋଲବି ଭିଜନ ଏବଂ ଏଚଡିଆର୍-୧୦ ପ୍ଲସ୍ ବ୍ରିଲିଆଣ୍ଟ ପିକଚର କ୍ୱାଲିଟି ରହିଛି। ଏହି ୪କେ ଷ୍ଟିକ୍ ୮୦ ପ୍ରତିଶତ ଶକ୍ତିିଶାଳୀ। ଏଥିରେ ନୂଆ କ୍ୱାଡ କୋର୍, ୧.୭ ଜିଏଚଜେଡ୍ ପ୍ରୋସେସର୍,ଶକ୍ତିଶାଳୀ ଷ୍ଟ୍ରିମିଂ, ଡୋଲବି ଭିଜନ ଏବଂ ଏଚଡିଆର୍-୧୦ ପ୍ଲସ୍ ବ୍ରିଲିଆଣ୍ଟ ପିକଚର କ୍ୱାଲିଟି ରହିଛି। ଏହାର ନୂଆ ଇକୋ ଡିଭାଇସର ମୂଲ୍ୟ ୧୨,୯୯୯ଟଙ୍କା ରହିଛି। ସେହିପରି ଅଲ୍ ନିୟୁ କାଇଣ୍ଡଲି ପେପର ହ୍ଵାଇଟ୍ ମୂଲ୍ୟ ୧୨,୯୯୯ଟଙ୍କା ରହିଛି। ଏହା ଥିନର, ଲାଇଟର ଡିଜାଇନିଂ, ସ୍ଲିକମ୍ ଫ୍ଲଶ୍ ପ୍ରଣ୍ଟ ଡିସପ୍ଲେ ତଥା ୱାଟର ପ୍ରୁଫ୍ ବୈଶିଷ୍ଟ୍ୟ ରହିଛି। ଫାୟାର ଟିଭି ଷ୍ଟିକ୍ ୪କେରେ ଆଲେକ୍ସା ଭଏସ୍ ରିମୋଟ ଟିଭି କଣ୍ଟ୍ରୋଲ ସହିତ ଉପଲବ୍ଧ ହେଉଛି। ଏଥିରେ ପ୍ରାଇମ୍ ଭିଡ଼ଇସ, ହଟ୍ ଷ୍ଟାର, ନେଟ୍ ପିକ୍ସ୍, ଜି-୫ ସୋନୀ ଲିଭ୍ ଆଦି ଉପଲବ୍ଧ ହୋଇଛି। ସେହିପରି ଇକୋ ସବ୍ରେ ୧.୧ କିମ୍ବା ୨.୧ ପେୟାରିଂ ଷ୍ଟେରିଓ ସାଉଣ୍ଡ ସୃଷ୍ଟି ହୋଇପାରିବ । ଏହାର ଅଲ୍ ନିୟୁ କାଇଣ୍ଡଲି ପେପର ହ୍ଵାଇଟ୍ ୮.୧୮ ଏମଏମ ଥିକ୍, ଏହାର ଓଜନ ୧୮୨ ଗ୍ରାମ୍ ରହିଛି। ଏଥିରେ ୩୦୦ ପିପିଆଇ ଡିସପ୍ଲେ, ସୂର୍ଯ୍ୟାଲୋକ, ଆଇପିଏକ୍ସ-୮ ୱାଟର ପ୍ରୁଫ୍ ଆଦି ବୈଶିଷ୍ଟ୍ୟ ରହିଛି। ଏହାର କ୍ଷମତା ୮ ଜିବି ରହିଛି। ଏଥିଲାଗି ଉପଲବ୍ଧ ପ୍ରିମିୟମ୍ ଲେଦର କଭରର ରଷ୍ଟିକ୍ ରଙ୍ଗ ରମୂଲ୍ୟ ୨,୯୯୯ଟଙ୍କା, ବ୍ଲାକ୍, ଟେ୍େରାଏଟ୍ ପଞ୍ଚ୍ ରେଡ୍ ଏବଂ ଇଣ୍ଡିଗୋ ପର୍ପଲର ମୂଲ୍ୟ ୨୩୯୯ ଟଙ୍କା, ଚାର୍କୋଲ ବ୍ଳାକ୍, କାନାରି ୟେଲୋ ଏବଂ ମେରାଇନ୍ ବ୍ଲୁରର ମୂଲ୍ୟ ୧୭୯୯ ଟଙ୍କା ରହିଛି।