ହିମାଳୟ ରାଜ୍ୟ ଆଂଚଳିକ ପରିଷଦ ଗଠିତ

0 593

ନୂଆଦିଲ୍ଲୀ . – ଭାରତୀୟ ହିମାଳୟ ଅଂଚଳରେ ନିରନ୍ତର ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ନୀତି ଆୟୋଗ “ହିମାଳ ରାଜ୍ୟ ଆଂଚଳିକ ପରିଷଦ” ଗଠନ କରିଛନ୍ତି । ନିର୍ଦ୍ଦିଷ୍ଟି କ୍ଷେତ୍ରରେ କାର୍ୟ୍ୟଖସଡ଼ା ପ୍ରସ୍ତୁତ କରିବା ଲାଗି ୫ଟି କାର୍ୟ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଥିଲା । ଏହି ଗୋଷ୍ଠୀ ଦ୍ଵାରା ଚିହ୍ନଟ କରାଯାଇଥିବା କାର୍ୟ୍ୟବିନ୍ଦୁଗୁଡ଼ିକର ସମୀକ୍ଷା ଏବଂ କାର୍ୟ୍ୟାନ୍ୱୟନ ପାଇଁ ଏହି ପରିଷଦ ଗଠନ କରାଯାଇଛି ।

ହିମାଳୟର ବିଶେଷତ୍ୱ ଏବଂ ନିରନ୍ତର ବିକାଶ ପାଇଁ ଆହ୍ୱାନଗୁଡ଼ିକୁ ବିବେଚନା କରି ନୀତି ଆୟୋଗ ଗତ ଜୁନ ୨, ୨୦୧୭ରେ ୫ଟି କାର୍ୟ୍ୟଗୋଷ୍ଠୀ ଗଠନ କରିଥିଲେ ।

ଏହି କାର୍ଯ୍ୟଗୋଷ୍ଠୀଗୁଡ଼ିକୁ ନିର୍ଦ୍ଦିଷ୍ଟ ପାଞ୍ଚଟି କ୍ଷେତ୍ର ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଇଥିଲା । ଏହି ୫ଟି କ୍ଷେତ୍ର ହେଲା-

୧. ଜଳ ନିରପତ୍ତା ପାଇଁ ହିମାଳୟରେ ଜଳସ୍ରୋତଗୁଡ଼ିକର ଆବିଷ୍କାର ଏବଂ ପୁନରୁଦ୍ଧାର କରିବା;

୨. ଭାରତୀୟ ହିମାଳୟ କ୍ଷେତ୍ରରେ ନିରନ୍ତର ପର୍ଯ୍ୟଟନ;

୩. ସ୍ଥାନାନ୍ତରଣ କୃଷି: ଏକ ରୂପାନ୍ତରଣ ଆଭିମୁଖ୍ୟ ଦିଗରେ;

୪. ହିମାଳୟରେ ଦକ୍ଷତା ଏବଂ ଉଦ୍ୟମୀତା (ଇଆଣ୍ଡଏସ) ସ୍ଥିତିକୁ ସୁଦୃଢ଼ କରିବା ଏବଂ

୫. ସୂଚିତ ନିଷ୍ପତ୍ତି ନେବା ପାଇଁ ତଥ୍ୟ/ସୂଚନା ।

ଏହି ପାଞ୍ଚଟି ବିଷୟଗତ ରିପୋର୍ଟ ଅଗଷ୍ଟ ୨୦୧୮ରେ ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶ ପାଇଥିଲା ଏବଂ ଗଠିତ ପରିଷଦର ସନ୍ଦର୍ଭର ସର୍ତ୍ତ ଲାଗି କାର୍ଯ୍ୟବିନ୍ଦୁ ପ୍ରସ୍ତୁତ କରାଯାଇଥିଲା ।

ନୀତି ଆୟୋଗର ସଦସ୍ୟ ଡ. ଭି କେ ସାରସ୍ୱତ ହିମାଳୟ ରାଜ୍ୟ ପରିଷଦର ଅଧ୍ୟକ୍ଷ ରହିବେ ଏବଂ ଏଥିରେ ହିମାଳୟ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ମନ୍ତ୍ରଣାଳୟର ସଚିବ ରହିବେ । ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଏଥିରେ ନିମନ୍ତ୍ରିତ ସଦସ୍ୟ ରହିବେ ।

ହିମାଳୟ କ୍ଷେତ୍ରର ୧୨ଟି ରାଜ୍ୟ ଯଥା ଜାମ୍ମୁ ଏବଂ କଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା, ଆସାମର ଦୁଇଟି ଜିଲ୍ଲା ଦିମା ହାସାଓ ଏବଂ କାର୍ବି ଆଙ୍ଗଲଙ୍ଗ ଏବଂ ପଶ୍ଚିମବଙ୍ଗର ଦାର୍ଜିଲିଂ ଓ କାଲିମପଙ୍ଗରେ ନିରନ୍ତର ବିକାଶ ପାଇଁ ନୋଡାଲ ଏଜେନ୍ସି ଭାବେ ହିମାଳୟ ରାଜ୍ୟ ଆଂଚଳିକ ପରିଷଦ କାର୍ୟ୍ୟ କରିବ ।

ପରିଷଦର ସନ୍ଦର୍ଭର ସର୍ତ୍ତରେ ଉଲ୍ଲେଖ କରାଯାଇଛି ଯେ ଏହା କେନ୍ଦ୍ର ମନ୍ତ୍ରଣାଳୟ, ସଂସ୍ଥା ଏବଂ ୧୨ଟି ହିମାଳୟ ରାଜ୍ୟ ସରକାରଙ୍କ କାର୍ୟ୍ୟବିନ୍ଦୁର କାର୍ୟ୍ୟାନ୍ୱୟନ ଅନୁଧ୍ୟାନ କରିବ । ଏଥିମଧ୍ୟରେ ଅନ୍ୟାନ୍ୟ କାର୍ଯ୍ୟବିନ୍ଦୁ ସହିତ ରହିଛି ନଦୀ ଉପତ୍ୟକା ବିକାଶ ଏବଂ କ୍ଷେତ୍ରୀୟ ସହଯୋଗ, ଜଳ ନିରାପତ୍ତା ପାଇଁ ସାରା ହିମାଳୟରେ ପର୍ଯ୍ୟୟକ୍ରମେ ଜଳଉତ୍ସ ମ୍ୟାପିଂ ଏବଂ ପୁନରୁଦ୍ଧାର, ପର୍ୟ୍ୟଟନ ମାନକର ବିକାଶ, କାର୍ୟ୍ୟାନ୍ୱୟନ ଏବଂ ଅନୁଧ୍ୟାନ ସହିତ ନୀତି ସୁସଂଗତତା, ଚିହ୍ନଟ ପ୍ରମୁଖତା କ୍ଷେତ୍ରରେ ଦକ୍ଷତା ଏବଂ ଉଦ୍ୟମୀତାକୁ ସୁଦୃଢ଼ କରିବା ।

Leave A Reply