ପେଟ୍ରୋଲ, ଡିଜେଲ ଦରରେ ଉଲ୍ଲେଖନୀୟ ହ୍ରାସ, ଭୁବନେଶ୍ୱରରେ ୭୪ ତଳକୁ ଖସିଲା ପେଟ୍ରୋଲ

0 706

ନୂଆଦିଲ୍ଲୀ : ଗତ କାଲିର ବିରାମ ପରେ ଆଜି ପେଟ୍ରୋଲ ଓ ଡିଜେଲ ଦରରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ପେଟ୍ରୋଲ ଲିଟର ପିଛା ୪୩ ପଇସା ଓ ଡିଜେଲ ୪୮ ପଇସା ହ୍ରାସ ପାଇଛି । ସରକାରଙ୍କ ଦ୍ୱାରା ୨ ଟଙ୍କା ୫୦ ପଇସା ଉତ୍ପାଦ ଶୁଳକ ହ୍ରାସ ପରେ ଏହା ହେଉଛି ସର୍ବାଧିକ ଏକଦିବସୀୟ ହ୍ରାସ । ଆଜିର ଏହି ହ୍ରାସ ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୫.୯୭ ଓ ଡିଜେଲ ଦର ଲିଟର ପିଛା ଟ.୭୦.୯୭ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ୍‌ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ  ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ  ଉଭୟ ପେଟ୍ରୋଲ ଦର ୭୫ ଟଙ୍କା  ତଳକୁ ଖସିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୪.୮୭ ଓ ଡିଜେଲ ୭୬.୧୫ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।   ଅନ୍ତର୍ଜାତୀୟ ବଜାରରେ  ଆଜି ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୩.୦୦ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୬୪.୮୦ ଡଲାରକୁ ହ୍ରାସ ପାଇଛି ।

Leave A Reply