Sign in
Sign in
Recover your password.
A password will be e-mailed to you.
ଧରା ହେଲା ସିରିଏଲ୍ କିଲର୍, ହତ୍ୟା କରିବା ପରେ ମଜା ନେଉଥିଲା
କଟକ .- କଟକରେ ରାସ୍ତାକଡରେ ଶୋଉଥିବା ଲୋକଙ୍କୁ ହତ୍ୟା କରୁଥିବା ସିରିଏଲ୍ କିଲର ନାରାୟଣ ସାହୁକୁ ପୁଲିସ ଗିରଫ କରିଥିବା ଦାବି କରିଛି । ସିସିଟିଭି ଫୁଟେଜ୍ ଆଧାରରେ ତାକୁ ଗିରଫ କରାଯାଇଥିବା ଜଣା ପଡିଛି । ରାସ୍ତାରେ ଶୋଇଥିବା ଲୋକଙ୍କ ତଣ୍ଟି କାଟିବା ପରେ ସେ ଛଟପଟ ହେଉଥିବା ଦେଖି ନାରାୟଣ…
ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ମଳିଛି
ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ମଳିଛି ଚେନ୍ନାଇ ଜିଆଇ ଟ୍ୟାଗ ଅଫିସ୍ ପକ୍ଷରୁ ଏହି ସୂଚନା ସହ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ପୂର୍ବରୁ ଓଡିଶା ଓ ପଶ୍ଚିମବଙ୍ଗମ ମଧ୍ୟରେ ରସଗୋଲାକୁ ନେଇ ବିବାଦ ରହିଥିଲା । ୨୦୧୭ ମସିହାର ବଙ୍ଗଳା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିଲା । ଏହି ବିବାଦ ଅଧିକ…
ଚନ୍ଦ୍ରଯାନ-୨ର ସଫଳତା ପାଇଁ ଓଡିଶା ବିଧାନସଭାରେ ଷ୍ଟାଡିଂ ଓଭେସନ୍
ଭୁବନେଶ୍ୱର . - ଚନ୍ଦ୍ରଯାନ-୨ର ସଫଳତା ପାଇଁ ଓଡିଶା ବିଧାନସଭାରେ ବିଧାୟକମାନେ ଏହା ସହ ଜଡିତ ସମସ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରୀ ଦଳର ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ଚନ୍ଦ୍ରଯାନ-୨ ସଫଳତାର ସହ ଚନ୍ଦ୍ର ଅଭିମୁଖେ ଯାତ୍ରା…
ଦେଶର ୫୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଓଡିଶାର ଦୂତୀ
ନୂଆଦିଲ୍ଲୀ . - ଦେଶର ୫୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଓଡିଶାର ଦୂତୀ ଚାନ୍ଦ ସ୍ଥାନ ପାଇଛନ୍ତି ।
ଏହି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭାରତର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ତାଲିକାରେ ସ୍ଥାନ ପାଇଥିବା ୫୦ଜଣଙ୍କ ମଧ୍ୟରୁ ୧୬ଜଣ ୨୦୦୩ ମସିହାରୁ ନେଇ ପ୍ରତିବର୍ଷ…
ମନ୍କି ବାତ୍ରେ ଜାମ୍ମୁ-କାଶ୍ମୀରରେ ସୁଶାସନ କଥା କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ . - ଜମ୍ମୁ-କାଶ୍ମୀର ଜନସାଧାରଣ ସୁଶାସନ ଚାହାନ୍ତି । ତେବେ ଯେଉଁମାନେ ସେଠାରେ ଘୃଣାଭାବ ଜାଗ୍ରତ କରୁଛନ୍ତି ଏବଂ ବିଭିନ୍ନ ବାଧା ସୃଷ୍ଟି କରୁଛନ୍ତି, ସେମାନେ ନିଜର ଏହି ମନ୍ଦ ଉଦ୍ଦେଶ୍ୟରେ କେବେବି ସଫଳ ହୋଇପାରିବେ ନାହିଁ । ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ…
୧୨ ତାରିଖରୁ ବସ୍ ଧର୍ମଘଟ ଧମକ ଦେଲା ଘରୋଇ ବସ୍ ମାଲିକ ସଂଘ
କଟକ .- ରଥଯାତ୍ରା ସମୟରେ ପୁରୀ ବସ୍ଷ୍ଟାଣ୍ଡରେ ବସ୍ ଭିତରେ ହୋଇଥିବା ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର ସମ୍ପୃକ୍ତ ବସ୍ର ପରମିଟ୍ ବାତିଲ କରିବା ପ୍ରତିବାଦରେ ଆସନ୍ତାମାସ ୧୨ ତାରିଖରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରିବାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।
ସଂଘର ସାଧାରଣ…
ରାଜ୍ୟରେ ଗତ ବର୍ଷ କେତେ ହୋଇଛି କେଉଁ ଅପରାଧ ଜାଣନ୍ତୁ
ଭୁବନେଶ୍ୱର . - ରାଜ୍ୟ ଗୃହବିଭାଗ ପକ୍ଷରୁ ୨୦୧୮ ମସିହା ପାଇଁ ଶ୍ୱେତପତ୍ର ପ୍ରକାଶ କରାଯାଇଛି । ଏହି ଶ୍ୱେତପତ୍ର ଅନୁଯାୟୀ ଗତବର୍ଷ ରାଜ୍ୟରେ ୧ହଜାର ୩୭୮ଟି ହତ୍ୟା ଏବଂ ୨ହଜାର ୫୦୨ଟି ବଳାତ୍କାର ମାମଲା ପଞ୍ଜିକୃତ ହୋଇଛି । ଏହି ହତ୍ୟା ମାମଲାଗୁଡ଼ିକ ମଧ୍ୟରୁ ମୋଟ୍ ୬୪୫ଟିରେ ଅଭିଯୋଗ ଫର୍ଦ୍ଦ…
ବିଷାକ୍ତ ଛତୁ ଖାଇ ୬ ଗୁରୁତର
ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସୁବାସ ନଗର ଅଞ୍ଚଳରେ ବିଷାକ୍ତ ଛତୁ ଖାଇ ୬ଜଣ ଅସୁସ୍ଥ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଗୋଟିଏ ପରିବାରର ଏହି ସଦସ୍ୟମାନେ ଗତ ରାତିରେ ଛତୁ ରାନ୍ଧି ଖାଇଥିଲେ ।…
ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ
ଭୁବନେଶ୍ୱର - ରାଜ୍ୟରେ ଥିବା ୧୦୩୬ ଡିଗ୍ରୀ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି । ରାଜ୍ୟରେ ମୋଟ୍ ୨ଲକ୍ଷ ୪୩ ହଜାର ୨୭୪ ସିଟ୍ ମଧ୍ୟରୁ ୧ଲକ୍ଷ ୫୨ ହଜାର ୫୧୩ଟି ସିଟ୍ରେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ବିଦ୍ୟାର୍ଥୀଙ୍କ ପ୍ରଥମ…
ଅଗଷ୍ଟ ଏକ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର - ବଙ୍ଗୋପସାଗରରେ ଜୁଲାଇ ୩୧ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଅଗଷ୍ଟ ପହିଲାରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ରବିବାରରେ କେନ୍ଦୁଝର ଜିଲ୍ଲାରେ ସବୁଠାରୁ…